ବିନା ସର୍ତ୍ତରେ ମାଲି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଛାଡ଼ିବାକୁ ଦାବି କଲେ ସଂଯୁକ୍ତ ରାଷ୍ଟ୍ର ମୁଖପାତ୍ର

ନୂଆଦିଲ୍ଲୀ,ଏଜେନ୍ସିମାଲିରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ବନ୍ଦି ରଖିବା ଘଟଣାରେ ସଂଯୁକ୍ତ ରାଷ୍ଟ୍ର ମୁଖପାତ୍ର ଆଣ୍ଟୋନିଓ ହସ୍ତକ୍ଷେପ କରି ଏକ ବିଜ୍ଞପ୍ତି ଜାରି କରିଛନ୍ତି। ସୂଚନାଯୋଗ୍ୟ ମାଲିରେ ରାଷ୍ଟ୍ରପତି ଇବ୍ରାହୀମ ବାଉବକର କୀତାଙ୍କୁ ପଦରୁ ହଟାଇବା ପାଇଁ ପ୍ରଦର୍ଶନ ଅନେକ ଦିନରୁ ଚାଲି ଆସୁଛି। ଏହି ପରିପ୍ରେକ୍ଷୀରେ ଦେଶର ବିଦ୍ରୋହୀ ସୈନିକମାନେ ଗତକାଲି ରାଷ୍ଟ୍ରପତିଙ୍କ ଆବାସକୁ ଘେରି ଫାଙ୍କା ଗୁଳି ଚାଳନା କରିଥିଲେ। ଏଠାରେ ବିଦ୍ରୋହୀ ସୈନିକମାନେ ଦେଶର ରାଷ୍ଟ୍ରପତି ଇବ୍ରାହୀମ ବାଉବକର କୀତା ଏବଂ ପ୍ରଧାନମନ୍ତ୍ରୀବାଇବୋ ସିସେଙ୍କୁ ଅଟକ ରଖିଛନ୍ତି। ସେହିପରି ମାଲିର ସରକାରୀ ଟିଭି ଚ୍ୟାନେଲ ମଧ୍ୟ ବନ୍ଦ ହୋଇଯାଇଛି। ଫଳରେ ସଂଯୁକ୍ତ ରାଷ୍ଟ୍ର ମୁଖପାତ୍ର ଆଣ୍ଟୋନିଓଙ୍କ ଦ୍ୱାରା ଏକ ବିଜ୍ଞପ୍ତି ଜାରି ହୋଇଛି। ଜାରି ହୋଇଥିବା ବିଜ୍ଞପ୍ତି ଅନୁସାରେ ଆଣ୍ଟୋନିଓ ମାଲି ରାଷ୍ଟ୍ରପତି  ଓ ପ୍ରଧାନମନ୍ତ୍ରୀ ଅଟକ ରହିବାକୁ ଦୃଢ଼ ନିନ୍ଦା କରିଛନ୍ତି। ଏଥିସହିତ ବିନା ସର୍ତ୍ତରେ ଉଭୟଙ୍କୁ ଛାଡ଼ିଦେବା ପାଇଁ ଦାବି କରିଛନ୍ତି।