୬୧ହଜାର କିଲୋମିଟର ଯାତ୍ରା କରି ପୁଲଓ୍ୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ଉମେଶ

ନୂଆଦିଲ୍ଲୀ,ଏଜେନ୍ସି: ୨୦୧୯ ଫେବୃୟାରୀ ୧୪ରେ ଜାମ୍ମୁ-କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ଆକ୍ରମଣରେ ୪୦ ସିଆରପିଏଫ ଯବାନ ସହିଦ ହୋଇଥିଲେ। ଶୁକ୍ରବାର ଏହି ଘଟଣାକୁ ବର୍ଷେ ପୂରଣ ହୋଇଥିଲାବେଳେ ସହିଦ ଯବାନଙ୍କୁ ସମ୍ମାନ ଜଣାଇ ଶ୍ରୀନଗରରେ ଏକ ସ୍ମାରକୀ ନିର୍ମାଣ କରାଯାଉଛି। ଏହି ପରିପ୍ରେକ୍ଷୀରେ ୪୦ ପୁଲଓ୍ୱାମା ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ୬୧ହଜାର କିଲୋମିଟରର ଲମ୍ବା ଯାତ୍ରା କରିଛନ୍ତି ଉମେଶ ଗୋପିନାଥ। ଖାଲି ଶ୍ରଦ୍ଧାଞ୍ଜଳି ନୁହେଁ ଉମେଶ ସହିଦଙ୍କ ପରିବବାର ଲୋକଙ୍କୁ ସାକ୍ଷାତ କରିବା ସହ ସହିଦଙ୍କ ପୁଷ୍ପାଞ୍ଜଳି ସମାରୋହରେ ବିଶିଷ୍ଠ ଅତିଥି ଭାବେ ସାମିଲ ହୋଇଛନ୍ତ । ଏଥିସହ ସହିଦଙ୍କ ଘରକୁ ଯାଇ ମାଟି ସଂଗ୍ରହ କରିଥିବା କଳସକୁ ଶୁକ୍ରବାର ସ୍ମାରକସ୍ଥଳକୁ ପ୍ରଦାନ କରିଛନ୍ତି।

ପୁଲଓ୍ୱାମା ଆକ୍ରମଣରେ ସହିଦ ହୋଇଥିବା ୪୦ ଯବାନଙ୍କ ପରିବବାରଙ୍କୁ ସାକ୍ଷାତ କରିବକୁ ଉମେଶ ୬୧୦୦୦ କିଲୋମିଟରର ଲମ୍ବା ଯାତ୍ରା କରିଛନ୍ତି। ଏଥିସହିତ ସମସ୍ତ ସହିଦ ଯବାନଙ୍କ ଘର, ସ୍ମଶାନ ଘାଟ ଓ ନିର୍ମାଣ କରାଯାଇଥିବା ସ୍ମାରକୀ ନିକଟରେ ପହଞ୍ଚି ସେହିଠାର ମାଟିକୁ ଏକତ୍ର କରି ପୁଷ୍ପାଞ୍ଜଳୀ ସମାରୋହରେ ଯୋଗ ଦେଇଥିଲେ। ଉମେଶ ଗୋପିନାଥ ଏନେଇ କହିଛନ୍ତି ଯେ, ମୁଁ ନିଜକୁ ଗର୍ବିତ ଅନୁଭବ କରୁଛି।

ପୁଲଓ୍ୱାମା ସହିଦଙ୍କ ପରିବାରଙ୍କୁ ସାକ୍ଷାତ କରିବା ସହ ସେମାନଙ୍କର ଆଶିର୍ବାଦ ନେଇଛି। ମୁଁ ସେହି ବୀରଙ୍କ ଘରୁ ଓ ସ୍ମଶାନରୁ ମାଟି ଏକାଠି କରି ସାଥିରେ ନେଉଛି ଯାହା ପୂଜନୀୟ। ଆଜିର ଦିନରେ ଅର୍ଥାତ୍‌ ୧୪ ଫେବୃଆରୀ ୨୦୧୯ରେ ଜାମ୍ମୁ କାଶ୍ମୀରର ପୁଲଓ୍ୱାମାରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ହୋଇଥିଲା, ଏହି ଆକ୍ରମଣରେ ଦେଶ ତାର ୪୦ ବୀର ଯବାନଙ୍କୁ ହରାଇ ଥିଲା। ଏହି ଆକ୍ରମଣ ଜାମ୍ମୁ-ଶ୍ରୀନଗର ହାଇଓ୍ୱେ ଉପରେ ଯାଉଥିବା ସିଆରପିଏଫ୍‌ ଯାବାନଙ୍କ ଗାଡିକୁ ଟାର୍ଗେଟ କରି କରାଯାଇଥିଲା।