ପୁଣିଥରେ ଗିରଫ ହେଲେ ଉମର ଖଲିଦ୍‌, ୩ ଦିନ ପାଇଁ ରିମାଣ୍ଡରେ ନେଲା କ୍ରାଇମ୍‌ବ୍ରାଞ୍ଚ୍‌

କୋଲକାତା,ଏଜେନ୍ସି: ଜବାହରଲାଲ୍ ବିଶ୍ୱବିଦ୍ୟାଳୟ(ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା ଉମର ଖଲିଦ୍‌ଙ୍କୁ ଗୁରୁବାର ଦିଲ୍ଲୀ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ଗିରଫ କରାଯାଇଛି । ଚଳିତବର୍ଷ ଫେବୃଆରୀ ୨୪ରେ ଉତ୍ତର-ପୂର୍ବ ଦିଲ୍ଲୀର ଖଜୁରୀଖାସ୍ ଅଞ୍ଚଳରେ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଘଟିଥିବା ସାମ୍ପ୍ରଦାୟକ ହିଂସାରେ ସାମିଲ୍ ଥିବା ଘଟଣାରେ ସେ ପୁଣିଥରେ ଗିରଫ ହୋଇଛନ୍ତି । ଦଲିଦ୍‌ଙ୍କୁ କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ୩ ଦିନିଆ ରିମାଣ୍ଡ୍‌ରେ ନିଆଯାଇଛି । ଅବୈଧ ଗତିବିଧି ରୋକିବା ଆଇନ୍‌(ୟୁଏପିଏ) ଅନୁଯାୟୀ ଦିଲ୍ଲୀ ପୁଲିସ ସେପ୍ଟେମ୍ବର ୧୩ରେ ଖଲିଦ୍‌ଙ୍କୁ ଗିରଫ କରିଥିଲା । ତାଙ୍କ ଉପରେ ଦଙ୍ଗା ଭିଆଇବା ଏବଂ ରାଜଦ୍ରୋହ ଆରୋପ ଲଗାଯାଇଛି । ୧୦ଦିନ ଅର୍ଥାତ୍ ସେପ୍ଟେମ୍ବର ୨୨ ପର୍ଯ୍ୟନ୍ତ ଦିଲ୍ଲୀ ପୁଲିସ ତାଙ୍କୁ ରିମାଣ୍ଡରେ ନେଇଥିଲା । ରିମାଣ୍ଡ ଅବଧି ପୂରଣ ହେବା ପରେ ତାଙ୍କୁ ଭିଡିଓ କନ୍‌ଫରେନ୍ସିଂ ଯୋଗେ କୋର୍ଟରେ ହାଜର କରାଯାଇଥିଲା ।