ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିହାରର ସହରାଞ୍ଚଳରେ ବଢ଼ିଲା ଲକଡାଉନ। ରାଜ୍ୟ ଗୃହ ମନ୍ତ୍ରଣାଳୟ ଜାରି କରିଥିବା ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୧ରୁ ୧୬ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ। ସମସ୍ତ ନଗରନିଗମ, ଜିଲ୍ଲା ମୁଖ୍ୟାଳୟ, ସବଡିଭିଜନ, ବ୍ଲକ ହେଡକ୍ୱାର୍ଟରରେ ଏହି ଲକଡାଉନ ଲାଗୁ ହେବ।
ଗାଇଡଲାଇନ ଅନୁସାରେ, ସରକାରୀ, ଘରୋଇ ଓ ବାଣିଜ୍ୟିକ କାର୍ଯ୍ୟାଳୟ ୫୦ ପ୍ରତିଶତ କର୍ମଚାରୀ ସହ କାର୍ଯ୍ୟକାରୀ ହେବ। ଏହାପୂର୍ବରୁ ଜୁଲାଇ ୧୪ରେ ବିହାର ସରକାର ଜୁଲାଇ ୩୧କୁ ଲକଡାଉନ ବଢ଼ାଇବାକୁ ନେଇ ଘୋଷଣା କରିଥିଲେ।