ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦିମୀର ଜେଲେଂସ୍କୀଙ୍କୁ କରୋନା

ନୂଆଦିଲ୍ଲୀ: ୟୁକ୍ରେନ ରାଷ୍ଟ୍ରପତି ବ୍ଲାଦିମୀର ଜେଲେଂସ୍କୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏନେଇ ଖୋଦ୍ ବ୍ଲାଦମୀର ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଏବେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବାବେଳେ ଆଇସୋଲେସନରେ ରହି କାମ କରିବେ ବୋଲି କହିଛନ୍ତି।

ବ୍ଲାଦମିର ଟ୍ୱିଟ୍ କରି କହିଛନ୍ତି ଯେ, ‘ଏମିତି କୌଣସି ଭାଗ୍ୟଶାଳୀ ବ୍ୟକ୍ତି ନାହିଁ ଯାହାକୁ କୋଭିଡ-୧୯ର ବିପଦ ନାହିଁ। ମୁଁ କୋଭିଡ-୧୯ରୁ ମୁକ୍ତି ପାଇଯିବି ଯେମିତି ଅନ୍ୟମାନେ ପାଉଛନ୍ତି। ସବୁକିଛି ଠିକ୍ ହେବାକୁ ଯାଉଛି।’