ୟୁକ୍ରେନ ନାଗରିକ ଏବେ ରଖିପାରିବେ ମାରଣାସ୍ତ୍ର

ନୂଆଦିଲ୍ଲୀ: ଋଷିଆ ଆକ୍ରମଣର ବଢ଼ୁଥିବା ସଙ୍କଟ ମଧ୍ୟରେ ୟୁକ୍ରେନ ସଂସଦରେ ପ୍ରଥମଥର ପାଇଁ ମସୌଦା କାନୁନ (ଡ୍ରାଫ୍ଟ ଲୋ)କୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏହି ଆଇନ ୟୁକ୍ରେନ ନାଗରିକଙ୍କୁ ମାରଣାସ୍ତ୍ର ରଖିବା ସହ ଆତ୍ମରକ୍ଷାରେ ଉପଯୋଗ କରିବାକୁ ଅନୁମତି ପ୍ରଦାନ କରିବ ।

ଏହାପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ବୋଲଦୀମିର ଜେଲେଂସ୍କୀ ୧୮ରୁ ୬୦ ବର୍ଷୀୟ ନାଗରିକଙ୍କୁ ବର୍ଷକ ପାଇଁ ସେନାରେ ଯୋଗ ଦେବା ପାଇଁ ଡାକରା ଦେଇଥିଲେ ।