ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ଋଷରୁ ତେଲ ଆମଦାନୀ ହ୍ରାସ କରିବା ପାଇଁ ଆମେରିକାକୁ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ,ଏଜେନ୍ସି: ଋଷ ଓ ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଆକ୍ରମଣ। ଏହି ସମୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ନିଜ ଦେଶକୁ ସାହାର୍ଯ୍ୟ କରିବା ପାଇଁ ଆମେରିକାକୁ ଅଧିକ ଯୁଦ୍ଧ ବିମାନ ପଠାଇବା ଏବଂ ଋଷରୁ ତେଲ ଆମଦାନୀ ହ୍ରାସ କରିବା ପାଇଁ ଏକ ନିବେଦନ କରିଛନ୍ତି।

ଯାହା ଦ୍ୱାରା ତାଙ୍କ ଦେଶ ଋଷର ସାମରିକ କାର୍ଯ୍ୟକଳାପକୁ ପ୍ରତିହତ କରିପାରିବ। ଗତକାଲି ଆମେରିକାର ଆଇନଜୀବୀଙ୍କୁ ଏକ ବ୍ୟକ୍ତିଗତ ଭିଡିଓ କଲରେ ଜେଲେନସ୍କି କହିଛନ୍ତି ଯେ ସେ ତାଙ୍କୁ ଶେଷ ଥର ପାଇଁ ଜୀବନ୍ତ ଦେଖି ନିଅନ୍ତୁ।

ୟୁକ୍ରେନ୍‌ର ରାଷ୍ଟ୍ରପତି ଜେଲେନ୍‌ସ୍କି ଶନିବାର ଦାବି କରିଛନ୍ତି ଯେ, ଦେଶର ମଧ୍ୟ ଏବଂ ଦକ୍ଷିଣ ପୂର୍ବାଞ୍ଚଳ ସହରରେ ୟୁକ୍ରେନ୍‌ର ସେନା ମଜବୁତ ହୋଇଛି। କିନ୍ତୁ ଖାରକିଭ, ନକୋଲିଭ, ଜେର୍ନିହାଇଭ ଓ ସୁମୀ ପ୍ରଭାବିତ ହୋଇଛି।

ରୁଷୀୟ ସେନା ୟୁକ୍ରେନ୍‌ରେ ହିଂସା ସୃଷ୍ଟି କରୁଛନ୍ତି। ୟୁକ୍ରେନ୍ ସେନା ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନେଉଛନ୍ତି। ଜେଲେନସ୍କି କହିଛନ୍ତି ଯେ, ଆମେ ଆକ୍ରମଣକାରୀଙ୍କ କ୍ଷତିକରିପାରୁଛୁ। ଆମର ଖରାପ ସମୟରେ ମଧ୍ୟ ସେହିଭଳି ବଡ଼ଧରଣର କ୍ଷତି ହୋଇନାହିଁ।