ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୫ମ ଦିନରେ ପହଂଚିଛି । ଯୁଦ୍ଧ ଦିନକୁ ଦିନ ଯେମିତି ବଢ଼ୁଛି ୟୁକ୍ରେନ ସ୍ଥିତି ସେମିତି ହିଁ ଖରାପ ହେବାରେ ଲାଗିଛି । ଦୋକାନରେ ରାସନ ନାହିଁ ଓ ଏଟୀଏମରେ ଟଙ୍କା ନଥିବାରୁ ଲୋକଙ୍କୁ ଖାଇବା ପିଇବାରେ ସମସ୍ୟା ଦେଖାଦେଉଛି । ଖାସ୍ କଥାଟି ହେଲା, ଆଉ କିଛି ସମୟ ପରେ ଋଷ ଓ ୟୁକ୍ରେନ ବେଲାରୁମରେ ଆଲୋଚନା କରିବେ । ଯୁଦ୍ଧ ମଧ୍ୟରେ ଉଭୟ ଦେଶ ବୁଝାମଣାର ରାସ୍ତା ଆପଣାଇପାରନ୍ତି । ଇତିମଧ୍ୟରେ ଗତ ୪ ଦିନରେ ଋଷର ମଧ୍ୟ ଅନେକ କ୍ଷତି ଘଟିଥିବା ନେଇ ୟୁକ୍ରେନ ବିଦେଶ ମନ୍ତ୍ରଣାଳୟ ଦାବି କରିଛି ।
ୟୁକ୍ରେନ ବିଦେଶ ମନ୍ତ୍ରଣାଳୟ ମୁତାବକ, ଯୁଦ୍ଧ ସମୟରେ ୟୁକ୍ରେନ ସେନା ଶତ୍ରୁ ଦେଶର ୨୯ ବିମାନ, ୨୯ ହେଲିକପ୍ଟର, ୧୯୧ ଟ୍ୟାଙ୍କ, ୭୪ ତୋପ, ୮୧୬ ସଜ୍ଜିତ ଲଢ଼ୁଆ ବିମାନ ଓ ୨ରୁ ୫ଟି ବାୟୁ ରକ୍ଷା ପ୍ରଣାଳୀ ନଷ୍ଟ ହୋଇଛି । ବର୍ତ୍ତମାନ ସୁଦ୍ଧା ଋଷର ୧୧୬ ପିଲାଙ୍କ ସମେତ ୧,୬୮୪ ଲୋକ ଆହତ ହୋଇଛନ୍ତି ।