ଋଷ ସୈନିକଙ୍କ ମା’ଙ୍କୁ ଭାବବିହ୍ୱଳ ନିବେଦନ କଲେ ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ୧୬ ଦିନରେ ପହଂଚିଛି । ଇତିମଧ୍ୟରେ ଆଜି ୟୁକ୍ରେନ ରାଷ୍ଟ୍ରପତି ବୋଲୋଦିମିର ଜେଲେନସ୍କି ଏକ ଭିଡିଓ ଜାରି କରି ଋଷ ସୈନିକଙ୍କୁ ଭାବବିହ୍ୱଳ ନିବେଦନ କରିଛନ୍ତି ।

ଜେଲେନସ୍କି କହିଛନ୍ତି ଯେ, ମୁଁ ପୁଣିଥରେ ଋଷୀୟ ମାତା, ବିଶେଷ କରି ସୈନିକଙ୍କ ମା’ଙ୍କୁ କହିବାକୁ ଚାହୁଁଛି ସେମାନେ ତାଙ୍କ ପୁଅଙ୍କୁ କୌଣସି ଅନ୍ୟ ଦେଶକୁ ଯୁଦ୍ଧ କରିବାକୁ ପଠାନ୍ତୁନି । ଆପଣଙ୍କ ପୁଅ କେଉଁଠି ଅଛି ଜାଣିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଅନୁମାନ କରୁଛନ୍ତି କି ତାଙ୍କୁ ୟୁକ୍ରେନ ବିରୁଦ୍ଧରେ ଯୁଦ୍ଧ କରିବାକୁ ପଠାଯାଇପାରେ ତେବେ ତୁରନ୍ତ ଜାଣିବାକୁ ଚେଷ୍ଟା କରନ୍ତୁ । ଫଳରେ ସେ ମରିବାରୁ କିମ୍ବା ଧରାପଡ଼ିବାରୁ ବଞ୍ଚିଯିବେ ।

ଜେଲେନସ୍କି ଆହୁରି କହିଛନ୍ତି ଯେ, ୟୁକ୍ରେନ ଏହି ଭୟାବହ ଯୁଦ୍ଧ କେବେ ଚାହୁଁ ନଥିଲା କି ଏବେ ବି ଚାହୁଁନି । ଅନେକ ସୈନିକଙ୍କୁ ବନ୍ଦି କରାଯାଇଥିବା ନେଇ ଗତ ବୁଧବାର ଋଷ ସ୍ୱୀକାର କରିଥିଲା ।