ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ଭାରତ ସମେତ ୫ ରାଷ୍ଟ୍ରରେ ମୁତୟନ ରାଷ୍ଟ୍ରଦୂତଙ୍କୁ ବାହାର କଲେ

ନୂଆଦିଲ୍ଲୀ,ଏଜେନ୍ସି: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଜାରି ଥିବା ବେଳେ ରାଷ୍ଟ୍ରପତି ଭୋଲେଡିମିର ଜେଲେସ୍କି ବଡ଼ ପଦକ୍ଷେପ ନେଇଛନ୍ତି । ସେ ଭାରତ ସମେତ ୫ ରାଷ୍ଟ୍ରରେ ମୁତୟନ ଥିବା ରାଜଦୂତଙ୍କୁ ବାହାର କରିଦେଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତିଙ୍କ ୱେବସାଇଟରେ ଜାରି ଆଦେଶ ବଳରେ ସେ ଜର୍ମାନୀରେ ୟୁକ୍ରେନ୍‌ର ରାଜଦୂତ ଆନ୍ଦରିଏ ମେଲନ୍ୟକ୍‌ଙ୍କୁ ବାହାର କରିଦେଇଛନ୍ତି ।

ଏହା ବ୍ୟତୀତ ସେ ହଂଗେରୀ, ଚେକ ଗଣରାଜ୍ୟ, ନୱେର୍ ଓ ଭାରତରେ ମୁତୟନ ରାଜଦୂତକଙ୍କୁ ବାହାର କରିଦେଇଛନ୍ତି । ମାତ୍ର ଶନିବାର ଜାରି କରାଯାଇଥିବା ଏହି ଆଦେଶରେ କାର୍ଯ୍ୟାନୁଷ୍ଠାନର କାରଣ ଉଲ୍ଲେଖ କରି ନାହାନ୍ତି । ଆଦେଶରେ ଏହା ମଧ୍ୟ କୁହାନାହିଁ ଯେ, ଏହି ରାଜଦୂତଙ୍କୁ କୌଣସି ସ୍ଥାନରେ ମୁତୟନ କରାଯିବ କି ନାହିଁ । ରାଷ୍ଟ୍ରପତି ଜେଲେସ୍କି ନିଜର ଆଦେଶରେ ରାଜଦୂତମାନଙ୍କୁ ୟୁକ୍ରେନ୍ ପାଇଁ ଅନ୍ତର୍ଜାତୀୟ ସମର୍ଥନ ଓ ସେନା ସହାୟତାକୁ ଜୁଟାଇବା ଦିଗରେ କାମ କରୁଛନ୍ତି ।