ଚାଲିଛି ଘମାଘୋଟ ଲଢେଇ, ଋଷର ୮ ଶହ ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନର ଦାବି

ନୂଆଦିଲ୍ଲୀ,ଏଜେନ୍ସି: ଚାଲିଛି ଘମାଘୋଟ ଲଢେଇ। ଗତକାଲି ଠାରୁ ଆରମ୍ଭ ହୋଇଥିବା ୟୁକ୍ରେନ-ଋଷ ମଧ୍ୟରେ ଆରମ୍ଭ ହୋଇଥିବା ଲଢେଇ ଏଯାଏଁ ବି ଜାରି ରହିଛି। ତେବ ଶୁକ୍ରବାର ୟୁକ୍ରେନ ରାଜଧାନୀ କିଭରେ ମିସାଇଲ ମାଡ କରିଛି ଋଷ। ଆଜି ସକାଳେ ଦୁଇଟି ମିସାଇଲ ଆକ୍ରମଣ ହୋଇଛି।

ୟୁକ୍ରେନ ଦାବି କରିଛି ଯେ, ଋଷ ମଧ୍ୟ ଭୟଙ୍କର କ୍ଷତି ହୋଇଛି। ଏବେ ସୁଦ୍ଧା ପୁଟିନଙ୍କ ୭ଟି ଏୟାରକ୍ରାଫ୍ଟ, ୬ଟି ହେଲିକପ୍ଟର ଓ ୩୦ଟି ଟ୍ୟାଙ୍କ ନଷ୍ଟ କରିଛି ୟୁକ୍ରେନ। ଏହାସହିତ ୮୦୦ ସୈନ୍ୟଙ୍କୁ ନିପାତ କରିଥିବା ୟୁକ୍ରେନ ଦାବି କରୁଥିବା ବେଳେ ଋଷ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଇନାହିଁ।

ସୂଚନା ଅନୁସାରେ, ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିବା ପରେ ଋଷ ଜଳ, ସ୍ଥଳ ଓ ଆକାଶରୁ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା। ପ୍ରମୁଖ ସହରରେ ବିସ୍ଫୋରଣ ଏବଂ ଗୁଳିଗୋଳା ଫୁଟିବାରୁ ପ୍ରାୟ ୧ ଲକ୍ଷ ଜନତା ଘରଦ୍ୱାର ଛାଡି ପଳାୟନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ମୃତ୍ୟୁମୁଖରେ ପଡିଥିବା ରିପୋର୍ଟ ମଧ୍ୟ ସାମ୍ନାକୁ ଆସିଛି।