ନୂଆଦିଲ୍ଲୀ: ୟୁକ୍ରେନ ଓ ଋଷ ମଧ୍ୟରେ ଜାରି ରହିଥିବା ଲଢ଼େଇ ଆଜି ତୃତୀୟ ଦିନରେ ପହଂଚିଛି । ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ୧୫୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ପାଖାପାଖି ୩୦୦ଜଣ ଗୁରୁତର ଅଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ଦିଲ୍ଲୀର ବସନ୍ତକୁଞ୍ଜସ୍ଥିତ ୟୁକ୍ରେନ ଏମ୍ବେସୀରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଭାରତରେ ୟୁକ୍ରେନ ରାଜଦୂତ ଡା. ଇଗୋର ପୋଲିଖା ଆଣ୍ଠୁ ମାଡ଼ି ବସି ୟୁକ୍ରେନ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ଡା. ପୋଲୀଖାଙ୍କ ସହ ତାଙ୍କ ସାଥୀମାନେ ମଧ୍ୟ ସହିଦଙ୍କ ସ୍ମୃତିରେ ମହମବତୀ ଜଳାଇଥିଲେ । ଏମ୍ବେସୀ ଅଧିକାରୀ ଋଷ ବିରୋଧରେ ତାଙ୍କ କ୍ରୋଧ ମଧ୍ୟ ଜାହିର କରିଛନ୍ତି । ଅଧିକାରୀ ଏମ୍ବେସୀ ବାହାରେ ପୋଷ୍ଟର ଲଗାଇଛନ୍ତି ଯେଉଁଥିରେ ଲେଖାଯାଇଛି ଯେ, ‘ୟୁକ୍ରେନ ଉପରେ ଋଷ ଆକ୍ରମଣ ବନ୍ଦ କରୁ ।’