ସ୍କୁଲ ଓ କଲେଜ ପାଇଁ ଗାଇଡଲାଇନ ଜାରି କଲା ୟୁଜିସି

ନୂଆଦିଲ୍ଲୀ,ଏଜେନ୍ସି: ସ୍କୁଲ ଓ କଲେଜ ଖୋଲିବା ନେଇ ୟୁଜିସି ପକ୍ଷରୁ ନିଷ୍ପତ୍ତି ହୋଇଥିବାବେଳେ ଏନେଇ ଗାଇଡଲାଇନ ଜାରି କରାଯାଇଛି। କରୋନା ସଂକ୍ରମଣ ଭିତରେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି ୟୁଜିସି ଗାଇଡଲାଇନ ଜାରି କରିଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏ ସମ୍ପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି।
ୟୁଜିସିର ଗାଇଡଲାଇନ ଅନୁଯାୟୀ, ଫେଜ ଅନୁସାରେ କ୍ଲାସ କରାଯିବ ଓ କ୍ଲାସ ରୁମ୍‌ରେ ସାମାଜିକ ଦୂରତା ରଖିବା ପାଇଁ ବସିବାର ବ୍ୟବସ୍ଥା କରାଯିବ।

ସେହିପରି କ୍ଲାସ ରୁମ‌ର ଆକାର ଦେଖି ରୋଟେସନ ଭିତ୍ତିରେ ୫୦% ପିଲାଙ୍କୁ ପାଠ ପଢ଼ିବା ପାଇଁ ଅନୁମତି ଦିଆଯିବ। ଏଥିସହିତ କଣ୍ଟେନମେଣ୍ଟ ଜୋନ ବାହାରେ ଓ ରାଜ୍ୟ କିମ୍ବା କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଶାସନ ଅନୁମତି ଦେଲେ ସ୍କୁଲ ଓ କଲେଜ ଖୋଲିବ ବୋଲି କୁହାଯାଇଛି। ସେହିପରି ବିଦେଶରେ ରହୁଥିବା ଛାତ୍ରଛାତ୍ରୀମାନେ କରୋନା ମହାମାରୀ ଯୋଗୁଁ ଯାତାୟାତ ଓ ଭିସା ପାଇବାରେ ସମସ୍ୟା ଭୋଗୁଛନ୍ତି। ତେଣୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ମଧ୍ୟ ୟୁଜିସି ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛି।