ନୂଆଦିଲ୍ଲୀ,ଏଜେନ୍ସି: ସାରା ଦେଶରେ କରୋନା ଭୟ ଲାଗି ରହିଛି। ତଥାପି ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କଣ୍ଟାମିନେଣ୍ଟ ଜୋନ୍ ବ୍ୟତୀତ ଅନ୍ୟ ଅଞ୍ଚଳରେ ଆସନ୍ତାକାଲିଠୁ ଅନଲକ୍-୧ ପର୍ଯ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସେହିପରି ଧିରେଧରେ ସ୍କୁଲ, କଲେଜ, ସିନେମା ହଲ, ସପିଂ ମଲ ଆଦି ଖୋଲିବାକୁ ନିଷ୍ପତ୍ତି ହୋଇଛି। ଏହି ପରିପ୍ରେକ୍ଷୀରେ କିଛି ପରୀକ୍ଷା ପାଇଁ ଆବେଦନ ତାରିଖ ମଧ୍ୟ ଘୁଞ୍ଚାଇ ଦିଆଯାଇଛି।
ଉଭୟ ୟୁଜିସି ନେଟ ଏବଂ ସିଏସଆଇଆର ନେଟ ପରୀକ୍ଷା ପାଇଁ ଆବେଦନ ସମୟସୀମା ବଢାଯାଇଛି। ଏ ନେଇ ଆଜି ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ବିଜ୍ଞପ୍ତି ଅନୁଯାୟୀ, ୟୁଜିସି ନେଟ ଏବଂ ସିଏସଆଇଆର ନେଟ ଆବେଦନ ଫର୍ମ ପୂରଣ କରିବାର ତାରିଖ ବର୍ତ୍ତମାନ ଜୁନ୍ ୧୫ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାପୂର୍ବରୁ କର୍ତ୍ତୃପକ୍ଷ ଆବେଦନ ଫର୍ମ ପୂରଣ ତାରିଖକୁ ମେ ୩୧ପର୍ଯ୍ୟନ୍ତ ବୃଦ୍ଧି କରାଇଥିଲେ।
ତେବେ ଏହି ଖବରକୁ ନିଜ ଟୁଇଟର ଆକାଉଣ୍ଟ ଜରିଆରେ ଘୋଷଣା ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶାଙ୍କ ପରୀକ୍ଷା ପାଇଁ ଆବେଦନ ସମୟସୀମା ବଢିବା ଖବର ବିଷୟରେ ସୂଚନା ଦେଇଛନ୍ତି।