ଅନଲାଇନରେ ଫାଇନାଲ ୟୁଜି/ପିଜି ପରୀକ୍ଷା

କଟକ,ଏନ୍ଏନ୍ଏସ୍: ରାଜ୍ୟରେ ୟୁଜି/ପିଜି ଫାଇନାଲ ପରୀକ୍ଷା ଅନଲାଇନରେ ହେବ। ଜୁଲାଇ ଓ ଅଗଷ୍ଟ ସୁଦ୍ଧା ପରୀକ୍ଷା ହେବା ନେଇ ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି। କୁଳପତିଙ୍କ ସହ ବୈଠକ ପରେ ପରୀକ୍ଷା ହେବା ନେଇ ନିଷ୍ପତ୍ତି ନିଆଯାଇଛି। ପରୀକ୍ଷା ତାରିଖ ୟୁନିଭର୍ସିଟି ବା ଅଟୋନୋମସ କଲେଜ ସ୍ଥିର କରିବେ। ଏଥିସହିତ ଅନଲାଇନ ପରୀକ୍ଷା କେମିତି ହେବ ୟୁନିଭର୍ସିଟି ସ୍ଥିର କରିବେ। ପିଲାମାନେ ଘରେ ରହି ପରୀକ୍ଷା ଦେଇପାରିବେ। ଯାହାର ଘରେ ପରୀକ୍ଷା ଦେବା ପାଇଁ ସୁବିଧା ନଥିବ ସେମାନେ ନିକଟସ୍ଥ ଡିଗ୍ରୀ କଲେଜରେ ପରୀକ୍ଷା ଦେଇପାରିବେ। କେବଳ ଫାଇନାଲ ସେମିଷ୍ଟାର ପିଲାଙ୍କ ପରୀକ୍ଷା ହେବା ନେଇ ନିଷ୍ପତ୍ତି ହୋଇଥିବା ଶ୍ରୀ ସାହୁ ପ୍ରକାଶ କରିଛନ୍ତି।