ୟୁଜି, ପିଜି ପରୀକ୍ଷା ବାତିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ସମସ୍ତ ୟୁଜି ଓ ପିଜି ପରୀକ୍ଷା ବାତିଲ କଲେ ରାଜ୍ୟ ସରକାର। କରୋନା ମହାମାରୀକୁ ନେଇ ପରୀକ୍ଷା ପରୀକ୍ଷା ବାତିଲ କରାଯାଇଛି। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଫାଇନାଲ ଇୟରର ବାକି ଥିବା ସମସ୍ତ ଥିଓରୀ, ପ୍ରାକ୍ଟିକାଲ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି। ବିକଳ୍ପ ମୂଲ୍ୟାୟନ ଜରିଆରେ ୟୁଜି, ପିଜି ରେଜଲ୍ଟ ପ୍ରକଶ ପାଇବ ବୋଲି ଜଣାପଡ଼ିଛି। ବିକଳ୍ପ ବ୍ୟବସ୍ଥାରେ ମୂଲ୍ୟାୟନ କରି ଅଗଷ୍ଟ ଶେଷ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ବିକଳ୍ପ ମୂଲ୍ୟାୟନରେ ଯଥେଷ୍ଟ ମାର୍କ ପାଇନଥିବା ପିଲାଙ୍କ ପାଇଁ ପରୀକ୍ଷା ମଧ୍ୟ ହେବ।

ଯେଉଁମାନେ ଅଧିକ ମାର୍କ ପାଇଁ ହକଦାର୍ ଭାବିବେ ସେମାନେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି। ନଭେମ୍ବର ମଧ୍ୟରେ ସଂପୃକ୍ତ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରାଇବେ କଲେଜ୍। ପରୀକ୍ଷା ନେଇ ଉଚ୍ଚଶିକ୍ଷା ବିଭାଗ ଅଧ୍ୟକ୍ଷତାରେ ଆଜି ଏକ ବୈଠକ ହୋଇଥିଲା।

ସୂଚନାଯୋଗ୍ୟ ଏବେ କରୋନା ତା’ର କାୟା ବିସ୍ତାର କରିବାରେ ଳାଗିପଡ଼ିଛି। ବତ୍ତର୍ମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଏହାକୁ ଦଷ୍ଟିରେ ରଖି ରାଜ୍ୟ ସରାକାର ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ବତ୍ତର୍ମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୩୮୬ ବୃଦ୍ଧିପାଇଛି।