ମହାରାଷ୍ଟ୍ରରେ ଘରୋଇ ବିମାନ ଉଡାଣ ପାଇଁ ଅଧିକ ସମୟ ମାଗିଲେ ଉଦ୍ଧବ ଠାକରେ

ମୁମ୍ବାଇ,ଏଜେନ୍ସି: ମହାରାଷ୍ଟ୍ରରେ ଘରୋଇ ବିମାନ ଚଳାଚଳକୁ ନେଇ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟରେ କରୋନା ସ୍ଥିତ ଅନିୟନ୍ତ୍ରିତ ଥିବାରୁ ମେ’୩୧ ପରେ ବିମାନ ଚଳାଚଳ କରିବା ସମ୍ଭବପର ନୁହେଁ। ଏ ନେଇ ସେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ବିମାନ ଚଳାଚଳ ପାଇଁ ଅଧିକ ସମୟ ଦରକାର ବୋଲି କହିଛନ୍ତି।

ଦେଶରେ ହଠାତ ଲକଡାଉନ କରିବା ଭୁଲ ଥିଲା ଓ ଏକା ଥରକେ ଲକଡାଉନ ଉଠାଇ ଦେବା ମଧ୍ୟ ଭୁଲ ହେବ ଯାହା ଆମ ଲୋକମାନଙ୍କୁ ମହଙ୍ଗା ପଡ଼ିବ ବୋଲି ମୁଖ୍ୟମନ୍ତ୍ରୀ ଠାକରେ ଟିଭିରେ ସୂଚନା ଦେଇଛନ୍ତି। ସେହିପରି ମେ’୩୧ରେ ଲକଡାଉନ ଉଠିବା ନେଇ ସ୍ପଷ୍ଟ ହୋଇନାହିଁ। ତେଣୁ ଆମେ ଏହି ସଙ୍କଟରୁ କିପରି ଓହରିବା ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି କହିଛନ୍ତି।

ଅପରପକ୍ଷରେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ଲାଗିଛି, ତେଣୁ ସ୍ୱାସ୍ଥ ବିଭାଗର ଆଗାମୀ ସୂଚନା ପରେ କୌଣସି ପଦକ୍ଷେପ ନିଆଯିବ ସେ ନେଇ ଆଲୋଚନା ହେବ ବୋଲି ଶ୍ରୀ ଠାକରେ କହିଛନ୍ତି। ଏ ନେଇ ଶ୍ରୀ ଠାକରେ ବେସାମରି ବାମାନ ଚଳାଚଳ ମନ୍ତ୍ରୀ ହରଦିପ ସିଂ ପୁରୀଙ୍କୁ ଘରୋଇ ବିମାନ ଯାତ୍ରା ପାଇଁ ଅଧିକ ସମୟ ଦେବାକୁ ନିବେଦନ କରିଛନ୍ତି।