ବିଜେଡିରେ ଯୋଗଦେଲେ ଉଦଳା ବ୍ଲକ ଅଧ୍ୟକ୍ଷା

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉଦଳା ବ୍ଲକ ଅଧ୍ୟକ୍ଷା ବିଜେପିର କାର୍ମୀ ମୁର୍ମୁ ଶୁକ୍ରବାର  ବିଜେଡିରେ ଯୋଗ ଦେଇଛନ୍ତି। ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ସେ ବିଜେଡିରେ ଯୋଗ ଦେଇଥିିବା ପ୍ରକାଶ। ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ କର୍ମୀ ମୁର୍ମୁ, ବାହୁବନ୍ଧ ପଞ୍ଚାୟତ ବିଜେପି ସଭାନେତ୍ରୀ ପୁଷ୍ପଲତା ଦାସ, ପାଟଶାଣୀପୁର ପଞ୍ଚାୟତ ବିଜେପି ସଭାପତି ବୀର ସିଂହ, ପୂର୍ବତନ ସମିତି ସଭ୍ୟା ଝୁନୁମଣୀ ନାଏକଙ୍କ ସମେତ ଉଦଳା ବ୍ଲକର ୫୦ରୁ ଊର୍ଦ୍ଧ୍ୱ ବିଜେପି ଓ କଂଗ୍ରେସ କର୍ମୀ ଶୁକ୍ରବାର ନବୀନ ନିବାସରେ ସଭାପତିଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବାରୁ ସମସ୍ତଙ୍କୁ ସଭାପତି ଶ୍ରୀ ପଟ୍ଟନାୟକ ସ୍ୱାଗତ କରିଛନ୍ତି। ଶ୍ରୀ ପଟ୍ଟନାୟକ କହିଲେ ଯେ ବିଜେଡିରେ ଉଦଳା ବ୍ଲକର ବହୁ ବିଜେପି ଓ କଂଗ୍ରେସ କର୍ମୀ ଯୋଗ ଦେଇଥିବାରୁ ସେ ବହୁତ ଖୁସି। ଏହି ଯୋଗଦାନ ମୟୂରଭଞ୍ଜ ଜିଲ୍ଲାରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ଏହି ଯୋଗଦାନ କାର୍ଯ୍ୟକ୍ରମରେ ପୂର୍ବତନ ବିଧାୟକ ଶ୍ରୀନାଥ ସୋରେନ୍, ବିଜେଡି ସଭାପତିଙ୍କ ରାଜନୈତିକ ସଚିବ ଡ. ଗୋପବନ୍ଧୁ ଦାସ, ପୂର୍ବତନ ଜିଲ୍ଲା ପରିଷଦ ଯୁଗଳ ମୁର୍ମୁଙ୍କସମେତ ବହୁ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।