ପାଗ ଖରାପ ଥିବାରୁ ହୋଇପାରିଲାନି ଆମେରିକା ହ୍ଯୁମାନ୍ ସ୍ପେସ୍ ମିସନର ଲଞ୍ଚିଂ

ଆମେରିକା ଅନ୍ତରିକ୍ଷ ଏଜେନ୍ସି ନାସାର କେନେଡି ସ୍ପେସ୍ ସେଣ୍ଟରରୁ ଅନ୍ତରିକ୍ଷ ଯାତ୍ରୀଙ୍କୁ ସ୍ବଦେଶ ରାକେଟ ଏବଂ ସ୍ପେସକ୍ରାଫ୍ଟରେ ବସାଇ ଅନ୍ତରୀକ୍ଷକୁ ପଠାଇବାର କାର୍ଯ୍ଯକ୍ରମ ଲଞ୍ଚ ହେବାର କିଛି ସମୟ ପୂର୍ବରୁ ଟାଳି ଦିଆଯାଇଛି। ପାଗ ଖରାପ ଥିବାରୁ ଆଜିର ଲଞ୍ଚକୁ ଟାଳି ଦେବା ସମ୍ପର୍କରେ ନାସା ଟ୍ବିଟ କରି ସୂଚନା କରି ଦେଇଛି। ଏଥିସହ ଆସନ୍ତା ୩୦ ମେ ଅପରାହ୍ନ ୩.୨୨ରେ ଲଞ୍ଚ୍ ହେବା ନେଇ ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ ଗତ ୨୭ ମେ ୨୦୨୦ ବିଳମ୍ବିତ ରାତ୍ରୀ ୨.୦୩ମିନିଟ ପାଖାପାଖି ନାସା ଦୁଇଟି ଆମେରିକୀ ଆଷ୍ଟ୍ରୋନଟସ୍ କୁ ଆମେରିକାରୁ ଆମେରିକୀ ରାକେଟରେ ବସାଇ ଆଇଏସଏସକୁ ପଠାଇବା ନେଇ ପ୍ରସ୍ତୁତ ଥିଲା। ଯାହା ଆମେରିକୀ ଆଷ୍ଟ୍ରୋନଟସ୍ ଏହି ମିସନରେ ସ୍ପେସ ଷ୍ଟେସନ ଯିବ, ଯାହାର ନାଁ ରହିଛି- ରୋବର୍ଟ ବେନକେନ ଏବଂ ଡଗଲସ ହର୍ଲେ। ଦୁଇଟି ଅନ୍ତରିକ୍ଷରେ ଯାତ୍ରୀ ସ୍ପେସ୍ ଷ୍ଟେସନ ପହଞ୍ଚି ସାରିଥିଲେ।

america-nasaଆଷ୍ଟ୍ରୋନଟସ୍ କୁ ଆମେରିକୀ କମ୍ପାନୀ ସ୍ପେସ୍-ଏକ୍ସର ସ୍ପେସକ୍ରାଫ୍ଟ ଡ୍ରାଗନରୁ ଇଣ୍ଟାନ୍ଯାସନାଲ ସ୍ପେସ୍ ସେଣ୍ଟର ପଠାଯିବାର ଥିଲା। କିନ୍ତୁ ବର୍ତ୍ତମାନ ତାହା କାର୍ଯ୍ଯକାରୀ ହୋଇପାରି ନାହିଁ। ସୂଚନାଯୋଗ୍ଯ ସ୍ପେସ-ଏକ୍ସ ଆମେରିକୀ ଉଦ୍ଯୋଗପତି ଏଲନ ମସ୍କଙ୍କ କମ୍ପାନୀ। ଏହା ନାସା ସହ ମିଶି ଭବିଷ୍ଯ ପାଇଁ ଅନେକ ଅନ୍ତରିକ୍ଷ ମିସନ ପାଇଁ କାମ କରୁଛି।

ରିପୋର୍ଟ ଅନୁଯାୟୀ ଲିଫ୍ଟଲାଣ୍ଟରୁ ଚାରି ଘଣ୍ଟା ପର୍ଯ୍ଯନ୍ତ ଲଞ୍ଚ କଣ୍ଟ୍ରୋଲର୍ସ ଅନୁକୁଳ ପାଣିପାଗ ସମ୍ପର୍କରେ ବର୍ଷା, ବାଦଲ ଏବଂ ତୋପାନ ନାସାର କେନେଡି ସ୍ପେସ ସେଣ୍ଟରରେ ଛାଇ ରହିଥିବା ନେଇ ସୂଚନା ଦେଇଥିଲେ। ସୂଚନାଯୋଗ୍ଯ ୨ଘଣ୍ଟା ପରେ ଏହା ୬୦ ପରତିଶତ ଅନୁକୂଳ ହୋଇଯାଇଥିଲା କିନ୍ତୁ ଇଷ୍ଟ-କୋଷ୍ଟରେ ଗରମ ପବନ ଆଂଶକା ରହିଥିବା କାରଣରୁ ସମସ୍ଯା ସୃଷ୍ଟି ହେବା ନେଇ ପୂର୍ବ ନିର୍ଦ୍ଦାରିତ ଲଞ୍ଚିଂକୁ ଟାଳି ଦିଆଯାଇଛି। ସୂଚନା ଯୋଗ୍ଯ ପାଣିପାଗକୁ ଲକ୍ଷ୍ଯ କରି ଲଞ୍ଚିର ୩୦ ମିନିଟ୍ ପୂର୍ବରୁ ଏହି ନିଷ୍ପତି ନିଆଯାଇଛି।