ଶ୍ରୀଲଙ୍କା ବିପକ୍ଷ ସିରିଜରୁ ଟାଏ ବାଦ୍

ଆଡିଲେଡ୍,ଏଜେନ୍ସି : ଟି-୨୦ କ୍ରିକେଟରେ ଜଣେ ଘାତକ ବୋଲର ଭାବେ ପରିଚିତ ଅଷ୍ଟ୍ରେଲିଆର ଆଣ୍ଡ୍ର୍ୟୁ ଟାଏ ଶ୍ରୀଳଙ୍କା ବିପକ୍ଷ ଟି-୨୦ ସିରିଜରୁ ଆହତ ସମସ୍ୟା ପାଇଁ ବାଦ ପଡ଼ିଛନ୍ତି। ଏହି ସିରିଜ ପାଇଁ ପୂର୍ବରୁ ଟାଏ ଘୋଷିତ ୧୫ ଜଣିଆ ଦଳରେ ସାମିଲ ହୋଇଥିଲେ। ଅଭ୍ୟାସ କରୁଥିବା ସମୟରେ ସେ କହୂଣୀରେ ଆଘାତ ପାଇଥିଲେ, ଏହା ଗୁରୁତର ହେବାରୁ ତାଙ୍କୁ ଦଳରୁ ବାଦ୍ ଦିଆଯାଇଛି। ସେ ଆସନ୍ତା ପାକିସ୍ତାନ ବିପକ୍ଷ ସିରିଜ ବେଳକୁ ଦଳକୁ ଫେରିବେ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି। ଟାଏ ଦଳରୁ ବାଦ୍ ପଡ଼ିବା ପରେ ଅଧିନାୟକ ଆରୋନ୍ ଫିଞ୍ଚ କହିଛନ୍ତି କି, ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ଶକ୍ତ ଧକ୍କା। ଏହାସତ୍ତେ୍ୱ ଶ୍ରୀଲଙ୍କା ବିପକ୍ଷରେ ଆମେ ଏକ ଶ୍ରେଷ୍ଠ ଦ୍ରୁତ ବୋଲିଂ ବାହିନୀ ନେଇ ଖେଳିବୁ। ଦଳରେ ପାଟ କମିନ୍ସ, ମିଚେଲ ଷ୍ଟାର୍କ, ବିଲି ଷ୍ଟାନଲେକେ, କେନ୍ ରିଚାର୍ଡସନ୍ ଓ ଆବୋଟଙ୍କ ଦ୍ରୁତ ବୋଲର ରହିଛନ୍ତି।