ପାଟଣା,ଏନ୍ଏନ୍ଏସ୍ : କେନ୍ଦୁଝର ଜିଲ୍ଲା ୪୯ ନମ୍ବର ରାଜପଥର ଖିରେଇ ଟାଙ୍ଗିରି ନିକଟରୁ ଆଜି ସକାଳେ ଦୁଇ ଜଣ ଶ୍ରମିକଙ୍କୁ ତୁରୁମୁଙ୍ଗା ପୋଲିସ ଉଦ୍ଧାର କରି ଖିରେଇଟାଙ୍ଗିରି କ୍ୱାରେଣ୍ଟାଇନ ଗୃହରେ ରଖିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଦୁଇ ଜଣ ଶ୍ରମିକ ବାଲେଶ୍ୱର ଅଞ୍ଚଳର ଚକ୍ରଧର ପ୍ରଧାନ(୫୫) ଏବଂ ମୟୁରଭଞ୍ଜ ଅଞ୍ଚଳର ଦିଲ୍ଲୀପ କୁମାର ସାହୁ (୪୬)ବମ୍ବେରେ ଏକ ରେଷ୍ଟୁରାଣ୍ଟରେ କାମ କରୁଥିଲେ। ଏକ ଟ୍ରକ ସାହାଯ୍ୟରେ ଉଭୟ କେନ୍ଦୁଝର ୁ ଆସିବା ପରେ ଚାଲି ଚାଲି ଆସି ଖିରେଇଟାଙ୍ଗିରି ନିକଟ ଏକ ଗଛ ମୂଳରେ ବିଶ୍ରାମ ନେଉଥିବା ବେଳେ ଖବର ପାଇ ତୁରୁମୁଙ୍ଗା ଥାନା ଅଧିକାରୀ ବରେନ୍ଦ୍ର ଶିଆଳ ଏବଂ ଖିରେଇଟାଙ୍ଗିରି ସରପଞ୍ଚ ବନଜ ନାଏକ ଘଟଣା ସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିବା ପରେ ମେଡିକାଲ ଟିମ ସହାୟତାରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ କ୍ୱାରେଇନ୍ଟାଇନରେ ରଖିଛନ୍ତି।