୨ ଟ୍ରକ୍ ଲୁଟେରା ଗରିଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ଭିତରୁ ଏକ ଟ୍ରକ୍ ଡ୍ରାଇଭରଙ୍କ ନିକଟରୁ ୨ହାଜର ଟଙ୍କା ଓ ଏକ ମୋବାଇଲ ଲୁଟ ହୋଇଥିବା ଅଭିଯୋଗରେ ସୋମବାର ପୁଲିସ ୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ଠିକାଦାର ପଡ଼ାର ଗୋବିନ୍ଦ ନାୟକ(୨୦) ଓ ଅମରେଶ ନାୟକ(୧୭)।

ପୁଲିସ ସୂଚନା ମୁତାବକ ପଶ୍ଚିମବଙ୍ଗ ରାଜ୍ୟ ମେଦିନିପୁର ଜିଲ୍ଲାର ଆଜହୀର ଖାନ ନାମକ ଜଣେ ଟ୍ରକ୍ ଡ୍ରାଇଭର ଗାଡି ନଂ-ଡବ୍ଲୁବି-୨୨-୮୮୦୪ ଧରି ଆସୁଥିବାବେଳେ ଠିକାଦାର ପଡ଼ା ଓ ସରକାରୀ ବସ୍ଷ୍ଟାଣ୍ଡ ନିକଟରେ ଏହି ୨ଜଣ ଯୁବକ ଟ୍ରକ୍ ଡ୍ରାଇଭରଙ୍କୁ ମାଡ଼ ମାରିବା ସହିତ ଟ୍ରକର କାଚ ଭାଙ୍ଗିଦେଇଥିଲେ। ଏଥିସହ ୨ହଜାର ଟଙ୍କା ଓ ଏକ ମୋବାଇଲ ଲୁଟି ନେଇଥିଲେ। ପରେ ପୁଲିସ ଖବରପାଇ ତଦନ୍ତ କରି ଉଭୟ ଲୁଟେରାଙ୍କ ଗିରଫ କରିଛି।