ପୋଖରୀରେ ବୁଡ଼ି ୨ ଭଉଣୀ ମୃତ

ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାର ମୋଟୁ ଥାନା ମୁକାନପାଲ୍ଲୀ ଗ୍ରାମରେ ଆଜି ଏକ ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ମୃତ୍ୟୁ ହୋଇଛି। ଗ୍ରାମର ଗଙ୍ଗା ଓଗାଲିଙ୍କ ୨ ଝିଅ ଗ୍ରାମର ପୋଖରୀ ପାଖରେ ଖେଳୁଥିବା ବେଳେ ହଠାତ୍ ସାନ ଭଉଣୀ ଜୀବାନି ଓଗାଳି (୩) ପୋଖରୀ ଭିତରକୁ ଖସି ପଡ଼ିଥିଲେ। ତେବେ ଏହା ଦେଖି ସାନ ଭଉଣୀକୁ ବଞ୍ଚାଇବାକୁ ଯାଇ ବଡ଼ ଭଉଣୀ ମୋହିନୀ ଓଗାଳି(୬) ମଧ୍ୟ ପାଣି ମଧ୍ୟକୁ ଚାଲିଯାଇଥିଲା। ଫଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା। ଗ୍ରାମବାସୀ ପହଞ୍ଚି ତୁରନ୍ତ ଉଭୟଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ଉଭୟଙ୍କ ମୃତ୍ୟୁ ହୋଇସାରିଥିଲା।