ବିନା ଅନୁମତିରେ ଜିଲ୍ଲାରେ ପ୍ରବେଶ କରି ୨ ଯୁବକ ଗିରଫ

କନ୍ଧମାଳ,ଏନ୍ଏନ୍ଏସ୍ : ଆଜି କନ୍ଧମାଳ ଜିଲ୍ଲା ଚକାପାଦ ଥାନା ପୋଲିସ ଜିଲ୍ଲାର ବାହାରୁ ବିନା ଅନୁମତିରେ ଜିଲାରେ ପ୍ରବେଶ କରୁଥିବା ଦୁଇଜଣ ଯୁବକଙ୍କୁ କରୋନା ସଂକ୍ରମଣ ରୋକିବାକୁ ଜାରି କରାଯାଇଥିବା ଲକଡାଉନର ଆଇନ୍ ଅମାନ୍ୟ ଅପରାଧରେ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ଜିଲାର ପଡୋଶୀ ଜିଲା ଦଶପାଲ୍ଲା ଅଂଚଳର ରଙ୍ଗମାଟିଆ ଗ୍ରାମର ରାଜେନ୍ଦ୍ର ବେହେରା (୨୨) ଓ ସଞ୍ଜୟ ବେହେରା (୧୯). ସେମାନେ କୌଣସି କାମ ନଥାଇ ବିନା ଅନୁମତିରେ କନ୍ଧମାଳ ଜିଲାରେ ପ୍ରବେଶ କରିଥିବାରୁ ସେମାନଙ୍କୁ ଚକାପାଦ ଥାନା ପୋଲିସ ଗିରଫ କରିବା ସହିତ ସେମାନଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ କରି ସେମାନଙ୍କୁ କୋର୍ଟ ଚାଲାଣ କରିଥିବା ଚକାପାଦ ଥାନା ଅଧିକାରୀ ତରୁଣତପନ ବେହେରାଙ୍କ ସୁତ୍ରରୁ ଜଣାପଡିଛି।