ରାଜଧାନୀର ଆଉ ଦୁଇଟି ଜାଗାରେ ମିଳିବ ଲର୍ଣ୍ଣିଂ ଲାଇସେନ୍ସ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରେ ବଢ଼ୁଥିବା ଲାଇସେନ୍ସ ଆବେଦନକୁ ଦୃଷ୍ଟିରେ ରଖି ପୁଣି ଥରେ ଆରମ୍ଭ ହୋଇଛି କ୍ୟାମ୍ପ ଅଫିସ୍। ସୋମବାର ଠାରୁ ସହିଦନଗରସ୍ଥିତ ବିଏମସି କାର୍ଯ୍ୟାଳୟ ସମେତ ଓଏସଆରଟିସି କାର୍ଯ୍ୟଳୟରେ ଲର୍ଣ୍ଣିିଂ ଲାଇସେନ୍ସ ପ୍ରଦାନ କରାଯିବ। ଏନେଇ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ସୁବିଧା ଆସନ୍ତା ଅକ୍ଟୋବର ୪ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଏହି ଦୁଇ କ୍ୟାମ୍ପ ଅଫିସରେ ଗ୍ରାହକମାନଙ୍କୁ ଲର୍ଣ୍ଣିଂ ଲାଅଇସେନ୍ସ ଯୋଗାଇ ଦିଆଯିବ। ମୋଟର ଭେଇକିଲ୍ ଆକ୍ଟ ସଂସୋଧନ ହେବା ପରେ ରାଜଧାନୀର ଦୁଇଟି ଆରଟିଓ ଅଫିସ୍ ରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି ସଂଖ୍ୟ କମାଇବା ସହିତ କେମିତି ଲୋକମାନେ ସୁବିଧାରେ ସେମାନଙ୍କ କାର୍ଯ୍ୟ କରିପାରିବେ ସେନେଇ ପୂର୍ବରୁ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ତିନୋଟି କ୍ୟାମ୍ପ ଅଫିସ କରାଯାଇ ଲୋକମାନଙ୍କୁ ଲର୍ଣ୍ଣିଂ ଲାଇସେନ୍ସ ପ୍ରଦାନ କରାଯାଇଥିଲା। ତେବେ ଏହି କ୍ୟାମ୍ପ ଅଫିସରୁ ଅନେକ ଲୋକ ସେମାନଙ୍କ ଲାଇସେନ୍ସ ପାଇଥିୂବାରୁ ପୁଣିଥିରେ ଏହାକୁ ଖୋଲିବା ପାଇଁ ବିଭାଗ ନିଷ୍ପତ୍ତି ନେଇଛି।

ସୋମବାରଠାରୁ ଏହି ଅଫିସ୍ ଖୋଲିବାକୁ ଥିବା ବେଳେ ପ୍ରତିଦିନ ୧୦ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଚାଲିବ। ତେବେ ଏଠାରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ କୌଣସି ସ୍ଲଟ ବୁକ୍ କରାଯାଉନଥିବାରୁ ଲୋକମାନଙ୍କୁ ଗୋଟିଏ ଦିନରେ ହିଁ ଲାଇସେନ୍ସ ମିଳିଯାଉଛି। ନୂଆ ଟ୍ରାଫିକ ନିୟମ ଛାଟ ବାଜିବା ପରେ ଯେଉଁମାନଙ୍କର ଲାଇସେନ୍ସ ନାହିଁ ସେମାନେ ଏକ ମୁଁହା ହୋଇ ଆରଟିଓ ଅଫିସ୍ ଧାଉଁଛନ୍ତି। ଆରଟିଓ କାର୍ଯ୍ୟାଳୟରେ ପୂର୍ବରୁ ଦିନକୁ ମାତ୍ର ୧୫୦ଟି ସ୍ଲଟ୍ ଦିଆଯାଉଥିବା ଏବେ ଏହାକୁ ବଢ଼ାଇ ୧୦୦୦ ମଧ୍ୟ କରାଯାଇଛି।