ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ଭୂତାଣୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ କରୋନା ରୋଗୀଙ୍କ ମୃତ୍ୟୁ ମଧ୍ୟ ପୁଣି ଥରେ ଆରମ୍ଭ ହୋଇଯାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥିସହିତ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୯୨୮ରେ ପହଞ୍ଚିଛି।

କରୋନାରେ ମୃତ୍ୟୁ ହୋଇଥିବା ୨ ଜଣ ହେଉଛନ୍ତି ନୂଆପଡ଼ା ଜିଲ୍ଲାର ଜଣେ ୨୪ ବର୍ଷୀୟ ଯୁବକ ଓ ଜଣେ ୪୦ ବର୍ଷୀୟ ପୁରୁଷ।