ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟ ପାଇଁ ଆଜି ପୁଣି ଏକ ଖୁସି ଖବର ଆସିଛି। ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ସମସ୍ତେ ଚିନ୍ତାରେ ରହିଥିବା ବେଳେ ଆଜି ୨ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି।
ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ୨ ବ୍ୟକ୍ତି କେଉଁଠାର ସେ ନେଇ କୌଣିସ ତଥ୍ୟ ମିଳିନାହିଁ। ଏଥିସହ ରାଜ୍ୟରେ କରୋନା ନେଗେଟିଭ ତଥା ସୁସ୍ଥ୍ୟ ସଂଖ୍ୟା ୩୨ ଛୁଇଁଛି। ସେହିପରି ବର୍ତ୍ତମାନ ରାଜ୍ୟରେ ୪୯ ଆକ୍ଟିଭ କେସ୍ ରହିଛି।