ମିଠା ଦୋକାନୀଙ୍କୁ ହତ୍ୟା ଘଟଣା, ଆଉ ଦୁଇ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଭୁବନେଶ୍ବର ସାମନ୍ତରାପୁର ମିଠା ଦୋକାନୀ ଶମ୍ଭୁ ସାହୁ ହତ୍ୟାକାଣ୍ଡ ଘଟଣାରେ ସମ୍ପୃକ୍ତ ମୁଖ୍ୟ ୨ ଅଭିଯୁକ୍ତଙ୍କୁ ତୁମୁଡିବନ୍ଧରୁ ଗିରଫ ପୁଲିସ। ହତ୍ୟାକାଣ୍ଡ ପରେ ଦୁଇ ଅଭିଯୁକ୍ତ ପ୍ରଥମେ ବ୍ରହ୍ମପୁର ଓ ପରେ ତୁମୁଡିବନ୍ଧ ପଳାଇଥିଲେ । ଧରାପଡିଥିବା ଦୁଇ ଅଭିଯୁକ୍ତ ଶ୍ରୀତିକ ବିଶ୍ବାଳ ଓ ଆଶୁତୋଷ ମହାନ୍ତି ବୋଲି ଜଣାପଡ଼ିଛି। ଏମାନେ ବ୍ୟବହାର କରିଥିବା ବାଇକ ଓ ଖଣ୍ଡାକୁ ମଧ୍ୟ ଜବତ କରିଛି କମିସନରେଟ ପୋଲିସ । ଏହି ହତ୍ୟାକାଣ୍ଡ ଘଟଣାରେ ପୁର୍ବରୁ କମିସନରେଟ ପୋଲିସ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାକୁ ମିଶାଇ ୮ ଜଣକୁ ପୋଲିସ ଗିରଫ କରିଛି।