କରମତଳାରେ ୨ ମନ୍ତ୍ରୀଙ୍କୁ ଅଣ୍ଡାମାଡ଼

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍ କରମତଲା ପଞ୍ଚାୟତ ନିକଟରେ ଅଣ୍ଡାମାଡ଼ ହୋଇଥିବା ଦେଖିବାକୁ ମିଳିଛି। ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ଓ ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ମଧ୍ୟ ଅଣ୍ଡାମାଡ଼ କରିଥିଲେ ସ୍ଥାନୀୟ ଲୋକେ।

ଅଞ୍ଚଳରେ ଉନ୍ନୟନମୂଳକ କାର୍ଯ୍ୟ ହୋଇନଥିବାରୁ ଲୋକଙ୍କ ଆକ୍ରୋଶ ହେଉଥିବାର ବାରମ୍ବାର ଦେଖିବାକୁ ମିଳିଛି। ସୂଚନା ମତେ ତୁଷ୍ଟାପାଲି ଠାରେ ବିଜେଡିର କର୍ମୀ ସମ୍ମିଳନୀରେ ଯୋଗଦେବାକୁ ଦୁଇ ମନ୍ତ୍ରୀ ଆସୁଥିବା ବେଳେ ସେହି ସମୟରେ ସ୍ଥାନୀୟ ଲୋକେ ଅଣ୍ଡା ମାଡ଼ କରିଥିବାର ଦେଖିବାକୁ ମିଳିଛି।