ଝାରସୁଗୁଡା ପହଂଚିଲା ୨ଟି ପ୍ରବାସୀ ଶ୍ରମିକ ଟ୍ରେନ

ଝାରସୁଗୁଡା,ଏନ୍ଏନ୍ଏସ୍ : ପ୍ରବାସୀ ଶ୍ରମିକମାନଙ୍କୁ ସୁରଟ ଓ ଗୋଆରୁ ଘରକୁ ନେଇ ଫେରୁଥିବା ୨ଟି ଶ୍ରମିକ ଟ୍ରେନ ଆଜି ଝାରସୁଗୁଡା ପହଂଚିଛି। ପ୍ରଥମ ଟ୍ରେନଟି ଝାରସୁଗୁଡା ରେଳ ଷ୍ଟେସନକୁ ଅପରାହ୍ଣ ୧ଟାରେ ପହଂଚିଥିିବାବେଳେ ଏଥିରେ ଆସିଥିବା ୮୩ ଜଣ ଶ୍ରମିକଙ୍କୁ ସ୍ୱତନ୍ତ୍ର ବସ ଯୋଗେ ସେମାନଙ୍କ ନିଜସ୍ୱ ଜିଲ୍ଲା ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗୀର, ଦେବଗଡ ଓ ସୋନପୁରକୁ ଝାରସୁଗୁଡା ଜିଲ୍ଲା ପ୍ରଶାସନ ପକ୍ଷରୁ ପଠାଇ ଦିଆଯାଇଛି ।

ସେହିପରି ଦ୍ୱିତୀୟ ଟ୍ରେନଟି ଅପରାହ୍ଣ ୪ଟା୧୫ରେ ୧୮ ଜଣ ଶ୍ରମିକଙ୍କୁ ନେଇ ଝାରସୁଗୁଡା ରେଳ ଷ୍ଟେସନକୁ ପହଂଚି ଥିଲା । ସେମାନଙ୍କୁ ନିଜସ୍ୱ ଜିଲ୍ଲା ଛତିଶଗଡସ୍ଥିତ ରାୟଗଡକୁ ପଠାଇ ଦିଆଯାଇଛି । ନିଜ ନିଜ ଜିଲ୍ଲାରେ ଥିବା ଇନଷ୍ଟିଚ୍ୟୁସନାଲ କ୍ୱାରେଣ୍ଟାଇନ କେନ୍ଦ୍ରରେ ସେମାନଙ୍କୁ ରଖାଯିବ ବୋଲି ଜଣା ପଡିଛି। ତେବେ ଝାରସୁଗୁଡା ରେଳ ଷ୍ଟେସନରେ ଶ୍ରମିକ ସ୍ପେଶାଲ ଟ୍ରେନ ପହଂଚିବାର ସୂଚନା ପାଇବା ପରେ କୋଭିକ-୧୯ର ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ରେଳ ଷ୍ଟେସନ ସ୍କୁଏରସ ବେହେରାମାଲ ଓ କିଶାନ ଛକରେ ସମସ୍ତ ଦେକାନ ବଜାର ଖୋଲିବା ତଥା ଲୋକଙ୍କ ଯାତାୟତ ଉପରେ ପୂର୍ବହ୍ଣ ୧୧ଟାରୁ ଅପରାହ୍ଣ ୫ଟା ଯାଏଁ ରୋକ ଲଗାଇଥିଲା।