ପୁଲିସ ପଞ୍ଝାରେ ଦୁଇ କୁଖ୍ୟାତ ଅପରାଧୀ; ଦାମୀ କାର୍ ଓ ଅଫୁଟା ଗୁଳି ଜବତ

କଟକ,ଏନ୍ଏନ୍ଏସ୍: ଚଉଳିଆଗଞ୍ଜ ପୁଲିସକୁ ବଡ଼ ସଫଳତା। ଗିରଫ ହେଲେ କୁଖ୍ୟାତ ଅପରାଧୀ ଦିପୁ ଓ ପପୁ। ଦିପୁ ଓରଫ ଅଜିତ୍ ରାୟର ଘର ବିରିଡି ଜଗତସିଂହପୁର ହୋଇଥିବା ବେଳେ ପପୁ ଓରଫ ଅଜୟ ମହାରାଣ ଗଞ୍ଜାମର। ବନ୍ଧୁକ ବ୍ୟବସାୟ ମାମଲାରେ ଆଜି ଉଭୟଙ୍କୁ ବିଦ୍ୟାଧର ପୁରରୁ ପୁଲିସ ଗିରଫ କରିଛି। ଏହାସହ ୬ଟି ବନ୍ଧୁକ, ଅନେକ ଅଫୁଟା ଗୁଳି, ମୋବାଇଲ ଓ ଦାମୀ କାର ମଧ୍ୟ ଜବତ କରିଛି ପୁଲିସ।

ବିଗତ ୧୦ ବର୍ଷ ଧରି ଏହି ୨ ଦୁର୍ଦ୍ଦାନ୍ତ ଅପରାଧୀ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ ଅଛନ୍ତି। ପପୁ ନାଁରେ ଯାଜପୁର, କଟକ, ଖୋର୍ଦ୍ଧାରେ ୧୧ଟି କେସ ରହିଥିବା ବେଳେ ଦିପୁ ନାଁରେ ରହିଛି କଟକ, କଟକ ରୁରାଲ, ଯାଜପୁର ଆଦି ବିଭିନ୍ନ ଜିଲ୍ଲାରେ ୧୦ଟି କେସ ରହିଛି। ତେବେ ଏହି ଅପରାଧୀଙ୍କୁ ଧରିବା କମିସନରେଟ ପୁଲିସ ପାଇଁ ଏକ ବଡ ସଫଳତା। ଆଗାମୀ ଦିନରେ ଏହି ପ୍ରକ୍ରିୟାକୁ ଜୋରଦାର କରି ଶାନ୍ତି ଶୃଙ୍ଖଳତା ରକ୍ଷା ପାଇଁ ପ୍ରଚେଷ୍ଟା ଜାରି ରହିବ। ଏହାସହ ବିଗତ ୧୨ ଦିନ ଭିତରେ ଚାଉଳିଆଗଞ୍ଜ ପୁଲିସ ୧୩ଟି ବନ୍ଧୁକ ଜବତ କରିଛି।