ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ସହର ଉପକଣ୍ଠସ୍ଥ ତଥା ସଦର ବ୍ଲକ୍ ଅନ୍ତର୍ଗତ ଖୁଜେନପାଲି ରାସ୍ତାର ଏଫସିଆଇ ଗୋଦାମ ନିକଟସ୍ଥ ବ୍ରିଜ ନିକଟରେ ଆଜି ସକାଳୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସେହି ରାସ୍ତାର ଆଗକୁ ବାଗବାଡି ଗାଁରୁ ଆଉ ଏକ ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ତେବେ ଦିନକରେ ଦୁଇଟି ଝଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ତେବେ ଏହା ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଲୋକଙ୍କ ମଧ୍ୟରେ ସନ୍ଦେହ ହେଉଛି।
ଉଭୟଙ୍କ ସମ୍ପୂର୍ଣ୍ଣ ପରିଚୟ ମିଳିନଥିବା ବେଳେ ଯୁବକଙ୍କ ନିଜ ଘର ପୁଇଁନ୍ତଲା ବ୍ଲକ୍ ଅନ୍ତର୍ଗତ ଥପାପାଲି ଗାଁ’ରେ ବୋଲି ଜଣାପଡ଼ିଛି। ଯୁବକଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟଙ୍କ ପରିବାରଙ୍କ ମଧ୍ୟରେ ଦୀର୍ଘଦିନ ହେଲା ଶତ୍ରୁତା ଲାଗି ରହିଛି। ଶତ୍ରୁତାକୁ ନେଇ ଉଭୟ ପରିବାର ମଧ୍ୟରେ ହତ୍ୟାକାଣ୍ଡ ମଧ୍ୟ ହୋଇଛି।
ତେଣୁ ତାହା ସହିତ ଏହାର ଲିଙ୍କ ଥାଇପାରେ ବୋଲି ଆଲୋଚନା ହେଉଛି। ଯୁବକ ଜଣଙ୍କ ବଲାଙ୍ଗିର ସହର ରେଲୱେ ଷ୍ଟେସନରେ ତାଙ୍କ ଭାଇଙ୍କ ସହ ଏକ କିରାନା ଦୋକାନା କରି ରହୁଥିଲେ ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ତେବେ ଝିଅ ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛି।