ଉତ୍କଳ ବିଶ୍ୱବିଦ୍ୟାଳୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ହଷ୍ଟେଲରେ ପଶି ଗାଡ଼ି ପୋଡି ଦେଲେ ଦୁବୁର୍ତ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର ନିବାସରେ ଗତକାଲି ବିଳମ୍ବିତ ରାତିରେ ଉତ୍ତେଜନା ସୃଷ୍ଟି ହୋଇଛି।ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ହୋଇଛି।

ଯାହାଫଳରେ ବିଳମ୍ବିତ ରାତିରେ ହଷ୍ଟେଲରେ ପଶି ଗାଡ଼ି ପୋଡି ଦେଇଛନ୍ତି ଦୁବୁର୍ତ୍ତ। ଏହି ଘଟଣା ପରେ ସହିଦନଗର ଥାନା ପୋଲିସ୍ ପହଞ୍ଚି ଏହି କାଣ୍ଡର ତଦନ୍ତ ଆରମ୍ଭ କରିବା ସହ ବୁଝାବୁଝି ମଧ୍ୟ କରିଛି। ତେବେ କଣ ପାଇଁ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ।