ସଟ୍ଟା ମାଫିଆଙ୍କ ସହିତ ୨ ଏଜେ ଗିରଫ

ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଆଦର୍ଶ ଥାନା ପୁଲିସ ବୁଧବାର ଜଣେ ସଟ୍ଟାମାଫିଆ ସହ ୨ଜଣ ଏଜେଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ପୁଲିସ ୨୫୦୦ଟଙ୍କା, ସଟ୍ଟା ନମ୍ବର ଲେଖା ଯାଇଥିବା ଚିଟ୍ ଓ  କାଲ୍‌କୁଲେଟର ଜବତ କରିଛି।

ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ସଟ୍ଟା ମାଫିଆ କଂସାରୀପଡାରୁ ଗଜେନ୍ଦ୍ର ନାଗ, ସାଲେପାଲିର ଜୟ ମଙ୍ଗଲ ନନ୍ଦ ଓ ଖଦାଲପଡ଼ାର ରାଜେନ୍ଦ୍ର ସିଂ ବୋଲି ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ବିରୋଧରେ ଥାନା କେସ୍‌ନଂ- ୫୫୩/୧୯ ରେ ୪୨୦/୭ ଏଲଆର ଆକ୍ଟ ୫ ପିସିଏମସିଏସ(ବି) ଅନୁଯାୟୀ ମାମଲା ରୁଜୁ କରି ପୁଲିସ କୋର୍ଟ ଚାଲାଣ କରିଛି।