ଦୁଇଟି ମାଲବାହୀ ଟ୍ରେନ୍ ମୁହାଁମୁହିଁ ଧକ୍କା : ୩ ମୃତ ଦେଶ- ବିଦେଶ By Nitidin On Mar 1, 2020 Share ନୂଆଦିଲ୍ଲୀ,ଏଜେନ୍ସି: ମଧ୍ୟପ୍ରଦେଶର ସିଙ୍ଗରୌଲୀରେ ଦୁଇଟି ମାଲବାହୀ ଟ୍ରେନ୍ ରବିବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ, ବୈଧାନ ଥାନାର ରିହନ୍ଦ ନଗରରୁ ଏକ ମାଲବାହୀ ଟ୍ରେନ୍ କୋଇଲା ନେଇ ଯାଉଥିବା ବେଳେ ସାମ୍ନା ପଟୁ ଅନ୍ୟ ଏକ ଖାଲି ମାଲବାହୀ ଟ୍ରେନ୍ ଫେରୁଥିଲା। ଉଭୟ ଗାଡି ଦ୍ରୁତ ଗତିରେ ଥିବାରୁ ପରସ୍ପର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଖବର ମିଳିବା ପରେ ଘଟଣାସ୍ଥଳରେ ଏନଟିପିସି ଓ ସ୍ଥାନୀୟ ପୁଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୁଇଟି ଟ୍ରେନ୍ ଧକ୍କା ହେବା ଫଳରେ କୋଇଲା ଭର୍ତ୍ତି ମାଲଗାଡିର ଏକ ଡବା ଖାଲି ମାଲଗାଡିର ଇଞ୍ଜିନ ଉପରେ ଚଢିଯାଇଥିଲା। ସେହି ସମୟରେ ଇଞ୍ଜିନରେ ଦୁଇ ଜଣ ଡ୍ରାଇଭର ଥିଲେ। ସେମାନଙ୍କୁ ବର୍ତ୍ତମାନ ପର୍ୟ୍ୟନ୍ତ ଉଦ୍ଧାର କରାଯାଇପାରିନଥିବା ବେଳେ ବଗିରୁ କୋଇଲା ଖାଲି କରାଯାଇ କ୍ରେନ ସାହାର୍ଯ୍ୟରେ ବଗି ଉଠାଇବା କାର୍ଯ୍ୟ ଆରମ୍ଭ ହୋଇଛି। Share