ସନ୍ଦେହ ଜନକ ଭାବେ ନଦୀରୁ ଅଖା ଭିତରୁ ଉଦ୍ଧାର ହେଲା ଦୁଇ ମୃତଦେହ ଜିଲ୍ଲା By Nitidin Last updated Feb 8, 2020 Share ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବୈତରଣୀ ନଦୀର ଫୁଲକଁଳେଇ ଖଲିଚଉପତି ଘାଟରୁ ଆଜି ସକାଳେ ଦୁଇ ଅଜଣା ମୃତ ଦେହ ଉଧାର ହୋଇଛି। ସେମାନଙ୍କ ମଧ୍ୟରେ ଜଣେ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି। ତେବେ ସେମାନଙ୍କୁ କେହି ହତ୍ୟା କରି ବସ୍ତାରେ ବାନ୍ଧି ନଦୀରେ ଭସାଇ ଦେଇଥିବା ଅନୁମାନ କରାଯାଉଛି। ତେବେ ମୃତକ ଦ୍ୱୟଙ୍କକ ପରିଚୟ ମିଳିନାହିିଁ। ସୂଚନା ଅନୁଯାୟୀ, ବୈତରଣୀ ନଦୀର ଫୁଲକଁଳେଇ ଖଲି ଚଉପତି ଘାଟରେ ବସ୍ତାରେ ବନ୍ଧା ହୋଇ ଶବ ଭାସୁଥିବା ଅଞ୍ଚଳବାସୀ ଦେଖିବାକୁ ପାଇଥିଲେ। ଏ ନେଇ ପୁଲିସକୁ ଦେଖିବାକୁ ମିଳିଥିଲା। ବସ୍ତାଟି ଦୁଇଦିନ ଧରି ସେଠାରେ ଭାସୁଥିବାର ଲୋକେ ଦେଖିଥିଲେ। ତେବେ ସନ୍ଦେହ ହେବାରୁ ସ୍ଥାନୀୟଲୋକେ ଲୋକେ ପୁଲିସକୁ ଖବର ଦେଇଥିଲେ। ଖବରପାଇ ବାରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଶବ ବନ୍ଧା ଥିବା ବସ୍ତାକୁ ଉଦ୍ଧାର କରିଥିଲେ। ସେହି ବସ୍ତାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କ ମୃତଦେହ ଥିବା ଜଣାଡିଥିଲା। ସେହିପରି ବସ୍ତା ଭିତରୁ ଇଟା ଓ ବାଲି ପଶିଥିବା ଦେଖାଯାଇଥିଲା। ତେବେ ସେମାନଙ୍କୁ କେହି ଦୁର୍ବୃତ୍ତ ହତ୍ୟା କରି ବସ୍ତାରେ ଭର୍ତ୍ତି କରି ନଦୀରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ତେବେ ଘଟଣା ୫ ରୁ ୬ ଦିନ ପୂର୍ବରୁ ଘଟିଥିବା ବେଳେ ମୃତଦେହ ଗୁଡିକ ସମ୍ପୂର୍ଣ୍ଣ ପଚି ଯାଇଛି। ଉକ୍ତ ବ୍ୟତିଙ୍କ ଆନୁମାନିକ ବୟସ ୩୫ ଓ ମହିଳାଙ୍କ ବୟସ ୩୦ ହେବ ବୋଲି ବାରିଆ ଥାନା ଅଧିକାରୀ ସୁଶାନ୍ତ ମଣୀ ମହାନ୍ତି କହିଛନ୍ତି। ଉଦ୍ଧାର ପରେ ଶବ ଦୁଇଟିକୁ ବ୍ୟବଚ୍ଛେଦ ପାଇଁ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟକୁ ପଠାଯାଇଛି। Share