ଖାପ ପଂଚାୟତ ବେଳେ ଗଣ୍ଡଗୋଳ ୨ମୃତ

ମାଲକାନଗିରି, ଏନ୍ଏନ୍ଏସ୍ : ଏମପିଭି-୩୩ ଗ୍ରାମର ଏକ ପରିବାର ବିବାଦ ତୁଟାଇବା ପାଇଁ ଖାପ୍ ପଂଚାୟତ ବସିଥିଲା। ପଂଚାୟତ ନିଷ୍ପତିରେ ଅସନ୍ତୁଷ୍ଟ ପରିବାରର କିଛି ସଦସ୍ୟଙ୍କ ଆକ୍ରମଣରେ ଜଣେ ମହିଳା ଓ ଜଣେ ପୁରୁଷ ପ୍ରାଣ ହରାଇ ଥିବା ସୂଚନା ମିଳିଛି। ମୃତକମାନେ ହେଲେ ମାଧବୀ ରାୟ ଓ ବିଶ୍ୱନାଥ ରାୟ।

ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅନ୍ତର୍ଗତ ଏମ୍‌ପିଭି-୩୩ ଗାଁରେ ମଙ୍ଗଳବାର ରାତି ପ୍ରାୟ ସାଢ଼େ ୯ଟାରେ ବୈଠକ ଚାଲିଥିଲା। ଗାଁର କୌଣସି ଏକ ପାରିବାରିକ କଳହକୁ ନେଇ ଆସିଥିବା ଅଭିଯୋଗର ସମାଧାନ ପାଇଁ ରାସ୍ତା ବାହାର କରାଯାଉଥିଲା। ଏହି ସମୟରେ ଉନ୍ମତ ଯୁବକ ଗାଁ ଲୋକଙ୍କର ନିଷ୍ପତ୍ତିକୁ ପସନ୍ଦ ନ କରି ଉଗ୍ରରୂପ ଧାରଣ କରିଥିଲା। ବୈଠକରେ ଉପସ୍ଥିତ ଲୋକେ କିଛି ଭାବିବା ପୂର୍ବରୁ ୬ ଜଣଙ୍କୁ ଛୁରୀ ଭୁଶିଥିଲା। ଫଳରେ ଘଟଣାସ୍ଥଳରେ ମାଧବୀ ରାୟ ଓ ବିଶ୍ୱନାଥ ରାୟଙ୍ଙ୍କର ମୃତ୍ୟୁ ହୋଇଥିଲା। ଆହତ ବ୍ୟକ୍ତିମାନଙ୍କୁ ପ୍ରଥମେ କାଳିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚେଚ୍ଛଦ ପାଇଁ ପଠାଇବା ସହ ଉନ୍ମତ ଯୁବକକୁ କାବୁ କରିଛି। ଗାଁରେ ପୁଲିସ ମୁତୟନ କରାଯାଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣରେ ଅଛି।