୨ ସାହସୀ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସାହସିକତା ପାଇଁ ୨୨ ଛାତ୍ରଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସେମାନେ ହେଲେ ଯାଜପୁର ଜିଲ୍ଲା କୋରେଇ ହାଇସ୍କୁଲ୍‌ର ସେକ୍‌ ତସିଫ୍‌ ରାଜା ଓ ମହମ୍ମଦସୋଆଇବ।

ସୂଚନାକ୍ରମେ ଯାଜପୁର ସଡ଼କପୁର ପ୍ରାଇମେରୀ ସ୍କୁଲରେ ପଢ଼ୁଥିବା ୬ବର୍ଷର ଅବୁଲ ରମନ ଖାଁ ଗଣେଶ ପୂଜା ଦିନ ଘରକୁ ଫେରୁଥିବାବେଳେ ରାସ୍ତା କଡ଼ରେ ଥିବା ଏକ ପୋଖରୀରେ ବୁଡ଼ିଯାଇଥିଲେ। ଏହି ସମୟରେ ଘଟଣାସ୍ଥଳରେ ସେକ୍‌ ତସିଫ୍‌ ଓ ମହମ୍ମଦ ଉପସ୍ଥିତ ଥିଲେ। ସେମାନେ ନିଜ ଜୀବନକୁ ବାଜି ଲଗାଇ ଅବୁଲ ରମନ ଖାଁଙ୍କ ଜୀବନ ବଞ୍ଚାଇଥିଲେ। ଏ ନେଇ ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ସେକ୍‌ ତସିଫ୍‌ ଓ ମହମ୍ମଦଙ୍କୁ ସମ୍ବର୍ଦ୍ଧିତ କରିବା ସହ ଅବୁଲ୍‌ ରୁମନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରିଥିଲେ।