ଟ୍ରକ୍ ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ସ୍ଥିତ ବଡ଼ମାଲ ଥାନା ସମ୍ମୁଖରେ ଦୁଇ ବାଇକ୍ ଆରୋହୀକୁ ଏକ ଟ୍ରକ ପଛପଟୁ ଧକ୍କା ଦେବା ଫଳରେ ୨ଜଣଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଶୁକ୍ରବାର ଦୁଇ ଭାଇ ସକାଳୁ ତାଙ୍କ ଘରୁ ବାହାରି ନିଜ କାମ କରିବାକୁ ଯାଉଥିବାବେଳେ ହଠାତ ଏକ ଟ୍ରକ୍ ବାଇକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଉକ୍ତ ସ୍ଥାନରେ ଜଗନ୍ନାଥ ଭଇସାଙ୍କ ମୃତ୍ୟୁ ଘଟିଥିଲା।

ଅନ୍ୟପଟେ ଅନ୍ୟଜଣେ ବ୍ୟକ୍ତିକୁ ମେଡ଼ିକାଲ ନେବା ବାଟରେ ସାନ୍ତାଣୁ ଭଇସାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ଘଟଣାରେ ସ୍ଥାନୀୟ ଲୋକେ ଟ୍ରକକୁ ଅଟକାଇ ଜାତୀୟ ରାଜପଥକୁ ଅବରୋଧ କରିଥିବା ବେଳେ ପୁଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।