ଯାତ୍ରା ଦେଖିବା ହେଲା କାଳ, ଗଛରେ ପିଟିହୋଇ ୨ଜଣ ବାଇକ ଆରୋହୀଙ୍କ ମୃତ

ବାଲେଶ୍ୱର/ସିମୁଳିଆ,ଏନ୍ଏନ୍ଏସ୍: ସିମୁଳିଆ ଥାନା ଅନ୍ତର୍ଗତ ଗାଁମାର୍କୋଣା ଛକ ନିକଟରେ ଭାରସାମ୍ୟ ହରାଇ ୨ଜଣ ବାଇକ୍ ଆରୋହୀ ଗଛରେ ପିଟି ହୋଇଛନ୍ତି। ଫଳରେ ସେମାନଙ୍କର ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଜଣାଯାଏ ରବିବାର ସକାଳେ ଗାଁମାର୍କୋଣା ଗ୍ରାମର ଶନିବିଶ୍ୱକର୍ମା(୧୭) ଏବଂ ଜଗନ୍ନାଥ ସିଂ(୧୮) ବାଇକ୍ ଯୋଗେ ଯାତ୍ରାଦେଖି ମାର୍କୋଣରୁ ଗାଁକୁ ଫେରୁଥିଲେ।

ଏହି ସମୟରେଗାଁମାର୍କୋଣା ଛକ ନିକଟରେ ଭାରସାମ୍ୟ ହରାଇ ବାଇକଟି ଏକ ଗଛରେ ପିଟି ହୋଇଥିଲା ଫଳରେ ବାଇକ ଆରୋହୀ ଦୁଇଜଣନୟନଯୋରୀକୁ ଖସିପଡିଥିଲେ। ସ୍ଥାନୀୟ ଲୋକେ ଦେଖି ସେମାନଙ୍କୁ ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ସିମୁଳିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।