ମୁହାଁମୁହିିଁ ବାଇକ୍ ଧକ୍କାରେ ୨ଜଣ ମୃତ

ନୂଆପଡ଼ା,ଏନ୍ଏନ୍ଏସ୍: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଗ୍ରାମରେ ୨ଟି ମୋଟରସାଇଲେ ଧକ୍କାରେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ସେହିପରି ଏଥିରେ ଅନ୍ୟଜଣେ ଗୁରୁତର ଥିବା ଜଣାଯାଇଛି। ସୂଚନା ଅନୁଯାୟୀ ସୋମବାର ଅପରାହ୍ଣରେ ଦୁଇଟି ବାଇକରେ ୩ଜଣ ଯୁବକ ବିପରୀତ ଦିଗରୁ ଆସୁଥିବା ବେଳେ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା।

ଫଳରେ ଘଟଣାସ୍ଥଳରେ ୨ଜଣଙ୍କର ମୃତ୍ୟୁ ହୋଇଯାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରୁ ଗୁରୁତରଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୁର୍ଘଟଣା ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ରିପୋର୍ଟ ଲେଖାହେବା ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଳିପାରି ନଥିଲା।