ଜାଣିଶୁଣି କରୋନା ସଂକ୍ରମିତ କରୁଥିବା ଅଭିଯୋଗରେ ୨ ଗିରଫ

ସାରା ଦୁନିଆରେ କରୋନା ଭାଇରସ୍‌କୁ ନେଇ ଆତଙ୍କ ସୃଷ୍ଟି ହୋଇଛି। ସବୁ ଦେଶ ଏଥିରୁ ମୁକୁଳିବା ପାଇଁ ନିଜ ନିଜର ଚିକିତ୍ସା ବ୍ୟବସ୍ଥା ଜାରି ରଖିବା ସହ ସଂକ୍ରମଣ ଠାରୁ ଦୂରେଇ ରହିବା ଓ କାହାକୁ ସଂକ୍ରମିତ ନକରିବାକୁ ସର୍ବଦା ସଚେତନତା କରାଯାଉଛି। ଏହି ସମୟରେ କିଛି ଲୋକ ଜାଣିକରି ଅନ୍ୟକୁ ସଂକ୍ରମିତ କରିବାକୁ ପଛାଉ ନାହାଁନ୍ତି। ଏଭଳି ଘଟଣା ଦେଖାଯାଇଛି ନ୍ୟୁଜର୍ସିର ୟୁନିଭରସିଟ୍‌ ଅଫ୍‌ କନେକ୍ଟିକଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରେ। ଏଠାକାର ୪୮ ବର୍ଷୀୟ ଜଣେ ଡାକ୍ତର କରି ଏଡ୍‌ଗାର ନିଜେ କରୋନା ସଂକ୍ରମିତ ଜାଣି ସୁଦ୍ଧା ନିଜର ଦୁଇ ସହଯୋଗୀଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ଉପରେ ଛିଙ୍କି ଥିଲେ। ଡାକ୍ତର ଏଡ୍‌ଗାର ସେଠାକାର ଅସ୍ଥିଶଲ୍ୟ ବିଭାଗର ସହାୟକ ପ୍ରଫେସର।

ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିବାନୁଯାୟୀ ଡା. ଏଡଗାର ଜାଣିକରି ଏପରି କରିଥିଲେ। ଫଳରେ ସେଠାକାର ପୁଲିସ ତାଙ୍କୁ ନୋଟିସ ଜାରି କରିଛି। ହେଲେ ଡାକ୍ତର କରୋନା ଆକ୍ରନ୍ତ ଥିବା କଥାକୁ ଅସ୍ୱିକାର କରିଛନ୍ତି। ଏହା ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଥିଲା ନ୍ୟୁଜର୍ସିରେ। ଏହି ଯୁବକ ସେଠାକାର ସୁପର ମାର୍କେଟର ଜଣେ କର୍ମଚାରୀଙ୍କ ଉପରେ ଜାଣି କରି ଛିଙ୍କି ଥିଲା। ପୁଲିସ ଯେତେବେଳେ ତାକୁ ଗିରଫ କରିବାକୁ ଆସିଲା, ସେ ପୁଲିସ ଉପରେ ମଧ୍ୟ ଛିଙ୍କି ଥିଲା। ଶେଷରେ ପୁଲିସ ତାକୁ ଗିରଫ କରିଥିଲା।