ଧାନକିଣା ଦୁର୍ନୀତିରେ ଦୁଇ ଗିରଫ

ପାଟଣା,ଏନ୍ଏନ୍ଏସ୍:କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଧାନକିଣା ଦୁର୍ନୀତି ଘଟଣାରେ ପାଟଣା ପୁଲିସ ଆଜି ଦୁଇ କର୍ମଚାରୀଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ଗିରଫ ବ୍ୟକ୍ତି ଦୁଇଜଣ ହେଲେ ସାହାରପଡା ସମବାୟ ସମିତିର ଏମଡି ଖଗେଶ୍ୱର ମହାନ୍ତ ଓ ଟଭାସରୁଆ ସମବାୟ ସମିତି ବ୍ରାଞ୍ଚ ମ୍ୟାନେଜର ଚିତ୍ତରଞ୍ଜନ ନାଏକ। ଏନେଇ ଏକ ମାମଲା ରୁଜୁ ହୋଇଛି। ସୂଚନା ଅନୁଯାୟୀ ସାହାରପଡା ବ୍ଲକର ୬୮ ଜଣ ଚାଷୀ ଗତ ୨୦୧୯ ବର୍ଷରେ ୩ ହାଜର ୬ଶହ କ୍ୱିଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରି ଟଙ୍କା ପାଇନଥିବାରୁ ଚାଷୀମାନେ ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ଉପରୋକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି।