ଦୁଇଟି ପୃଥକ ସଡ଼କ ଦୁର୍ଘଟଣା, ୫ଗୁରୁତର

ରାୟଗଡ଼,ଏନ୍ଏନ୍ଏସ୍: ରାୟଗଡ଼ ସହରର କଟଲାଗୁଡା ନିକଟରେ ଗୁରୁବାର ମଧ୍ୟହ୍ନରେ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି। ୩୨୬ନଂ ଜାତୀୟ ରାଜପଥରେ ଏହି ଦୂର୍ଘଟଣା ଘଟିଛି। ସୂଚନା ଅନୁଯାୟୀ ଟିକିରୀ ଠାରୁ କାର(ଓଡ଼ି-୧୮ସି-୬୧୬୨) ଯୋଗେ ଶୁଭମଣୀ ନାୟକ(୬୫) ଦେହ ଅସୁସ୍ଥ ଥିବାରୁ ରାୟଗଡ ମୁଖ୍ୟ ଚିକିତ୍ସାଳୟକୁ ଯାଉଥିଲେ। ଏହି ସମୟରେ ରାୟଗଡ଼ ପୂର୍ବରୁ କୋରାପୁଟ ଅଭିମୁଖେ ଯାଉଥିବା ଏକ ଟ୍ରକ(ଓଆର-୦୪ଇ-୦୭୯୫) ସହ ଧକ୍କା ଧକ୍କା ଦେଇ ଟ୍ରକ ଭିତରେ ପଶିଯାଇଥିଲା। ଏଥିରେ ତିନି ଜଣ ମହିଳାଙ୍କ ସହ ଦୁଇଜଣ ପୁରୁଷ ଗୁରୁତର ଆହତ ହୋଇଛନ୍ତି।

 

 

 

 

 

 

ଗୁରୁତରମାନେ ହେଲେ ରବି ପ୍ରଭୁଦାନ ନାୟକ, ଶୁଭମଣୀ ନାୟକ, କାଳୀ ନାୟକ, ସୁଶିଳା ଚେଟି ଓ ଡ୍ରାଇଭର ବୁଲୁ ସାହୁ। ଘଟଣାସ୍ଥଳରୁ ଆହତମାନଙ୍କୁ ଗଣମାଧ୍ୟମ ପ୍ରତିନିଧି ରଶ୍ମି ରଞ୍ଜନ ଦରା, ଗୋପରଞ୍ଜନ ବକ୍ସିପାତ୍ରଙ୍କ ସହ ସ୍ବେଛାସେବୀ ସତିଶଙ୍କ ସମେତ ସ୍ଥାନୀୟ ବାସିନ୍ଦା ଆହତମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେହିପରି ଟ୍ରକ ଡ୍ରାଇଭରକୁ ଥାନାରେ ଅଟକ ରଖାଯାଇଛି।

ଅନ୍ୟ ଏକ ଦୁର୍ଘଟଣା ସ୍ଥାନୀୟ ଜିଲ୍ଲାପାଳଙ୍କ ବାସଭବନ ନିକଟ ଟ୍ରାଫିକ ଛକରେ ଘଟିଛି। ସୂଚନା ମୁତାବକ ଟ୍ରାଫିକ ସିଗ୍ନାଲରେ କାର(ଓଡ଼ି-୩୩-୯୭୭୮) ଛିଡା ହୋଇ ଗ୍ରୀନ ସିଗ୍ନାଲକୁ ଅପେକ୍ଷା କରି ରହିଥିବାବେଳ ପଛପଟୁ ଏକ କାଠ ବୋଝେଇ ଟ୍ରକ(ଆର-୦୭ଏ-୨୦୫୩) ଧକା ଦେଇଥିଲା। ଏହି ଘଟଣାରେ କେହି ଆହତ ହୋଇନଥିଲେ ମଧ୍ୟ କାରଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି। ପୁଲିସ ଟ୍ରକ ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି।