ସାପକାମୁଡ଼ାରେ ଜାଆଁଳା ଝିଅଙ୍କ ମୃତ୍ୟୁ

ଅନୁଗୁଳ,ଏନ୍ଏନ୍ଏସ୍ବେନ୍ତପୁର ଗ୍ରାମରେ ଏକ ବଡ଼ ଅଘଟଣ ଘଟିଯାଇଛି। ଉକ୍ତ ଗ୍ରାମର ସୁମନ୍ତ ସାହୁଙ୍କ ଜାଆଁଳା ଝିଅ ରୋଜାଲିନ ସାହୁ ଓ ସୁଜାତା ସହୁ(୧୨)ଙ୍କ ସୋମବାର ଭୋରରେ ସାପକାମୁଡ଼ାରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ଉଭୟ ଘରେ ଶୋଇଥିବାବେଳେ ଭୋରରେ ତାଙ୍କୁ ସାପ କାମୁଡ଼ି ଦେଇଥିଲା। ଏ ନେଇ ପରିବାର ଲୋକେ ତାଙ୍କୁ କଟକ ହସ୍ପିଟାଲକୁ ନେଉଥିବାବେଳେ ରାସ୍ତାରେ ଉଭୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା। ପରେ ସେଠାରୁ ଶବ ବ୍ୟବଚ୍ଛେଦ ନିମନ୍ତେ ଅନୁଗୁଳ ଡାକ୍ତରଖାନା ନିଆଯାଇଛି।

ତେବେ ଉଭୟ ଏକା ସମୟରେ ଜନ୍ମ ହୋଇଥିବାବେଳେ ତାଙ୍କର ମୃତ୍ୟୁର ସମୟ ମଧ୍ୟ ଏକ ହୋଇଛି। ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।