ସିରିଆରେ ତୁର୍କୀର ଆକ୍ରମଣ

ସିରିଆ ସୀମାରୁ ଆମେରିକା ସମର୍ଥିତ କୁର୍ଦ୍ଦି ସେନା ଓ ସିରିଆ ଡେମୋକ୍ରାଟିକ ବାହିନୀ(ଏସଡିଏଫ)କୁ ହଟାଇବା ପାଇଁ ତୁର୍କୀ ଗୁରୁତବାର ବୋମାମାଡ଼ କରିଛି। ଏହି ପରିପ୍ରେକ୍ଷୀରେ ସୀମାର ଅନେକ ଅଞ୍ଚଳକୁ ନିଜ ଦଖଲକୁ ନେଇ ଶରଣାର୍ଥୀଙ୍କୁ ଥଇଥାନ କରିବାକୁ ଯୋଜନା କରୁଥିବା ଜଣାଯାଇଛି। ସେହିପରି ସିରିଆରୁ ଆମେରିକା ନିଜ ସେନା ପ୍ରତ୍ୟାହାର କରିବାର ୨୪ ଘଣ୍ଟା ନପୁରୁଣୁ ପୁଣି ତୁର୍କୀର ଏଭଳି ଆକ୍ରମଣ ସିରିଆକୁ ଅଶାନ୍ତ କରିଛି । ଏଭଳି ଆକ୍ରମଣରେ ପରେ ଆମେରିକା ରାଷ୍ଟ୍ରପତି ଡେନାଲ୍ଡ ଟ୍ରମ୍ପ ବଡ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, ସିରିଆ ସୀମା ଅଞ୍ଚଳରେ ତୁର୍କୀର ଆକ୍ରମଣ ବନ୍ଦ ନହେଲେ କଠୋର ପଦକ୍ଷେପ ଗ୍ରହଣ କରାଯିବ ସହ ଆର୍ଥିକ କଟକଣା ଲାଗୁ ହେବ ।
ତୁର୍କୀ ପ୍ରାୟ ୩ ଲକ୍ଷ ସିରିଆ ଶରଣାର୍ଥୀଙ୍କୁ ଉତରାଞ୍ଚଳ ସୀମାରେ ଥଇଥାନ କରିବା ପାଇଁ ଏହି ଆକ୍ରମଣ କରିଥିବା ଜଣାଯାଇଛି । ସେପଟେ ତୁର୍କୀ କହିଛି, ଆତଙ୍କବାଦୀ କରିଡରଙ୍କୁ ଧ୍ୱଂସ କରିବା ଲାଗି ଏହି ପଦ କ୍ଷେପ ନିଆଯାଇଛି । ତୁର୍କୀର ବୋମାବର୍ଷଣ ଫଳରେ ଚାରିଆଡେ ଆତଙ୍କର ବାତବାରଣ ଦେଖାଦେଇଛି । ଆମେରିକା ସିରିଆରୁ ନିଜର ସେନା ପ୍ରତ୍ୟାହାର କରିବା ପରେ ସୀମାର ୨ଶହ କିମି ପରିବ୍ୟାପ୍ତ ଅଂଚଳରେ ତୁର୍କୀ ଆକ୍ରମଣ କରିଛି ।