ଏଟିଏମ୍ ସଟର ଭାଙ୍ଗି ଲୁଟ୍ ଉଦ୍ୟମ

ନବରଙ୍ଗପୁର,ଏନ୍ଏନ୍ଏସ୍: ଭବାନୀପାଟଣା ଓ ପାପଡ଼ାହାଣ୍ଡି ଗାଁ ରାସ୍ତା ମଝିରେ ଥିବା ଏକ ଆନ୍ଧ୍ରା ବ୍ୟାଙ୍କ ଏଟିମକୁ ଶୁକ୍ରବାର କେତେକ ଦୁର୍ବୃତ୍ତ ସଟର ଭାଙ୍ଗି ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି।
ସୂଚନା ଅନୁସାରେ ଶନିବାର ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍‌ର ସଟର୍‌ ତଡ଼ା ଯାଇଥିବା ଦେଖି ପୁଲିସକୁ ସୂଚନା ଦେଇଥିଲେ। ଖବରପାଇ ପପଡ଼ାହାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁର୍ବୃତ୍ତମାନେ ଏଟିଏମ୍‌ର ଚେସିସ୍‌ ମଧ୍ୟ କାଟି ପକାଇଥିବାବେହବେଳେ ଟଙ୍କା ନେଇପାରି ନାହାନ୍ତି।