‘ଆନିମଲ’ରେ ତୃପ୍ତିଙ୍କ ଏଣ୍ଟ୍ରିର ସମ୍ଭାବନା

୨୦୨୦ ମସିହା ମନୋରଞ୍ଜନ ଇଣ୍ଡଷ୍ଟ୍ରି ପାଇଁ ଏକ ନୈରାଶ୍ୟଜନକ ବର୍ଷ ଥିଲା। କିନ୍ତୁ ୨୦୨୧ରେ ଦର୍ଶକଙ୍କ ମନୋରଞ୍ଜନକୁ ନେଇ କୌଣସି ପ୍ରକାରର ଆପୋସ ବୁଝାମଣା ହୋଇପାରିବ ନାହିିଁ। ବର୍ଷ ଆରମ୍ଭରୁ ଫିଲ୍ମ ‘କବୀର ସିଂହ’ର ନିର୍ଦ୍ଦେଶକ ସନ୍ଦୀପ ରେଡ୍ଡି ଭାଙ୍ଗା ତାଙ୍କ ଆଗାମୀ ଫିଲ୍ମ ବିଷୟରେ ଘୋଷଣା କରିଛନ୍ତି। ଫିଲ୍ମର ଟାଇଟଲ ‘ଆନିମଲ’ ରଖାଯାଇଛି ଯେଉଁଥିରେ ବଲିଉଡ ହ୍ୟାଣ୍ଡସମ୍ ହଙ୍କ୍ ରଣବୀର କପୁର ମୁଖ୍ୟ ଭୂମିକାରେ ଅଭିନୟ କରିବେ।

ତାଙ୍କ ବ୍ୟତୀତ ଏହି ଫିଲ୍ମରେ ପରିଣୀତି ଚୋପ୍ରା, ଅନିଲ କପୁର ଓ ବବି ଦେଓଲ ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଲିଷ୍ଟରେ ଅନ୍ୟ ଏକ ନାମ ଯୋଡା ଯାଇଥିବାର ଜଣାପଡିଛି। ତଥ୍ୟ ଅନୁସାରେ ଫିଲ୍ମରେ ୨ ଜଣ ହିରୋଇନ ଅଛନ୍ତି। ପରିଣୀତିଙ୍କ ବ୍ୟତୀତ ଅନ୍ୟ ଜଣେ ଅଭିନେତ୍ରୀ ତୃପ୍ତି ଡିମରୀ ଏହି ଫିଲ୍ମରେ ଅଭିନୟ କରିପାରନ୍ତି। ଏହି ରୋଲ ପାଇଁ ଅନେକ ଅଭିନେତ୍ରୀ ଅଡ଼ିସନ ଦେଇଥିଲେ ମଧ୍ୟ ତୃପ୍ତିଙ୍କୁ ଅଡିସନ ମେକର୍ସମାନେ ପସନ୍ଦ କରିଛନ୍ତିି। କିନ୍ତୁୁ ଏନେଇ ନାମ ଘୋଷଣା କରାଯାଇନାହିିଁ।

ମେକର୍ସମାନେ ପସନ୍ଦ କରିଥିବାରୁ ‘ଆନିମଲ’ରେ ତୃପ୍ତିଙ୍କ ଏଣ୍ଟ୍ରି ହୋଇପାରେ। ୨୦୧୭ରେ ତୃପ୍ତି ସନି ଦେଓଲଙ୍କ ଫିଲ୍ମ ‘ପୋଷ୍ଟର ବଏଜ’ରୁ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ। ସେଥିରେ ଶ୍ରେୟାସ ତଲପଡେଙ୍କ ସହିତ ନଜର ଆସିଥିଲେ। ଏହା ପରେ ବୁଲବୁଲ୍,, ଲୈଲାମଜନୁ ପରି ଫିଲ୍ମରେ ମଧ୍ୟ ତୃପ୍ତି ଅଭିନୟ କରିସାରିଛନ୍ତି।