ଟ୍ରମ୍ପଙ୍କ ପାଇଁ ବଢ଼ୁଛି ସମସ୍ୟା: ୭ ଦିନ ପାଇଁ ଟ୍ରମ୍ପଙ୍କ ୟୁଟ୍ୟୁବ୍ ଚ୍ୟାନେଲ ବ୍ୟାନ୍

ୱାସିଂଟନ୍,ଏଜେନ୍ସି: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ବଢ଼ୁଛି ସମସ୍ୟା। ଗୋଟିଏ ପରେ ଗୋଟିଏ ସୋସିଆଲ ମିଡ଼ିଆରେ ତାଙ୍କୁ ବ୍ୟାନ କରାଯାଉଛି। ପୂର୍ବରୁ ତାଙ୍କୁ ଟୁଇଟର ବ୍ୟାନ କରିଥିବା ବେଳେ ଆଜି ୟୁଟ୍ୟୁବ୍ ପକ୍ଷରୁ ମଧ୍ୟ ବ୍ୟାନ କରାଯାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚ୍ୟାନେଲକୁ ୟୁଟ୍ୟୁବ୍ ବ୍ୟାନ କରିବା ସହିତ ତାଙ୍କର ଭିଡିଓ ଗୁଡ଼ିକୁ ହଟାଇ ଦେଇଛି। ଭିଡିଓ ଗୁଡ଼ିକ ହିଂସ୍ର ଓ ଉଦବେଗକାରୀ ହୋଇଥିବା ଦର୍ଶାଇ ଏପରି ପଦକ୍ଷେପ ନିଆଯାଇଥିବା ୟୁଟ୍ୟୁବ୍ ପକ୍ଷରୁ କୁହାଯାଇଛି।
ଆଗାମୀ ୭ ଦିନ ପର୍ଯ୍ୟନ୍ତ ଟ୍ରମ୍ପ କୌଣସି ଭିଡିଓ ଅପଲୋଡ କରିପାରିବେନି ବୋଲି ଜଣାପଡ଼ିଛି।

କିଛିଦିନ ତଳେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ବିଜୟକୁ ବିରୋଧ କରି ଟ୍ରମ୍ପଙ୍କ ସମର୍ଥକ ମାନେ କ୍ୟାପିଟାଲ ହିଲରେ ବ୍ୟାପକ ହିଂସା କରିଥିଲେ। ଟ୍ରମ୍ପଙ୍କ ଭାଷଣ ପରେ ହିଂସାକାଣ୍ଡ ହୋଇଥିବା ଦର୍ଶାଇ ଟୁଇଟର ପକ୍ଷରୁ ମଧ୍ୟ ଟ୍ରମ୍ପଙ୍କ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିଲା।