ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଚୀନକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ ଚୀନକୁ ଧମକମୂଳକ ଭାବେ କହିଛନ୍ତି ଯଦି କୋରୋନା ଭାଇରସ୍ ପାଇଁ ଦୋଷୀ ସାବ୍ୟସ୍ତ ହୁଏ ତେବେ ଏହାର ଭୟାବହ ପରିଣାମ ଚୀନକୁ ଭୋଗିବାକୁ ପଡିବ। ଟ୍ରମ୍ପ ହ୍ୱାଇଟ୍ ଳହାଉସରେ ଗଣମାଧ୍ୟମ ସହ ଆଲୋଚନା ବେଳେ ଏହା କହିଛନ୍ତି।
ଏଥିସହିତ ଆମେରିକାରେ ନିଆଯାଇଥିବା କୋରୋନା ପାଇଁ ସମସ୍ତ ପଦକ୍ଷେପକୁ ତାରିଫ କରିଥିଲେ। ଟ୍ରମ୍ପ କହିଥିଲେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଅନ୍ୟ ଦେଶ ତୁଳନାରେ ଆମେରିକା ବହୁତ ଭଲ କାମ କରିଛି। ଗଣମାଧ୍ୟମ ସାମ୍ନାରେ କୋରୋନା ମୁକାବିଲାରେ ନିଜ ଦେଶର ଭୂୟସୀ ପ୍ରଂଶସା କରିଥିଲେ ଟ୍ରମ୍ପ। ଏଠି କହିରଖୁଛୁ ଯେ ଚୀନ୍ରୁ ଆସିଥିବା କୋରୋନା ଏବେ ସାରା ବିଶ୍ୱରେ ଆତଙ୍କ ରଚିଛି ଏବଂ ଏହାର ଅଧିକ ପ୍ରଭାବ ଆମେରିକାରେ ପଡିଛି। ଯେଉଁଥିପାଇଁ ବାରମ୍ବାର ଟ୍ରମ୍ପ ଚୀନକୁୁ ଚେତାବନୀ ଦେଇଛନ୍ତି।